ହାଇକୋର୍ଟରେ ବିଚାରପତି ନିଯୁକ୍ତି ଏକ ନିରନ୍ତର ପ୍ରକ୍ରିୟା; ପୂର୍ବ ସୁପାରିସ୍‌ ଫଳାଫଳକୁ ଅପେକ୍ଷା ନ କରି ନୂତନ ସୁପାରିସ୍‌ କରି ଚାଲନ୍ତୁ: ସୁପ୍ରିମ୍‌ କୋର୍ଟ

ହାଇକୋର୍ଟରେ ବିଚାରପତି ନିଯୁକ୍ତି ଏକ ନିରନ୍ତର ପ୍ରକ୍ରିୟା; ପୂର୍ବ ସୁପାରିସ୍‌ ଫଳାଫଳକୁ ଅପେକ୍ଷା ନ କରି ନୂତନ ସୁପାରିସ୍‌ କରି ଚାଲନ୍ତୁ: ସୁପ୍ରିମ୍‌ କୋର୍ଟ

The Hindu

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟ ହାଇକୋର୍ଟମାନଙ୍କରେ ଖାଲି ପଡ଼ୁଥିବା ବିଚାରପତିମାନଙ୍କ ସଂଖ୍ୟାକୁ ନେଇ ଆଜି ନିଜର ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି, ଦେଶର ଶୀର୍ଷତମ ଅଦାଲତ ସୁପ୍ରିମ୍‌ କୋର୍ଟ।

ଆଜି (ମଙ୍ଗଳବାର) ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ କେ କୌଲ ଓ ଜଷ୍ଟିସ୍‌ କେ ଏମ୍‌ ଯୋସେଫ୍‌ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ସ୍ପଷ୍ଟ କରି ଦେଇଛନ୍ତି ଯେ ବିଭିନ୍ନ ରାଜ୍ୟର ହାଇକୋର୍ଟମାନଙ୍କରେ ବିଚାରପତିମାନଙ୍କର ନିଯୁକ୍ତି ହେଉଛି ଏକ ନିରନ୍ତର ପ୍ରକ୍ରିୟା। ତେଣୁ, ଏହାକୁ ହୃଦୟଙ୍ଗମ କରିବା ସହ ଏହାକୁ ବିଚାରକ୍‌ୁ ନେଇ ରାଜ୍ୟ ହାଇକୋର୍ଟର କଲେଜିୟମମାନେ ସେମାନଙ୍କ ପୂର୍ବ ସୁପାରସ୍‌ର ଫଳାଫଳକୁ ଅପେକ୍ଷା ନ କରି ନିରନ୍ତର ଭାବେ ଖାଲି ପଡ଼ିଥିବା ବିଚାରପତିମାନଙ୍କ ସଂଖ୍ୟା ପୂରଣ ନିମନ୍ତେ ବିଭିନ୍ନ ରାଜ୍ୟର ହାଇକୋର୍ଟମାନେ ରାଜ୍ୟ ହାଇକୋର୍ଟର କଲେଜିୟମମାନେ ସେମାନଙ୍କ ପୂର୍ବ ସୁପାରସ୍‌ର ଫଳାଫଳକୁ ଅପେକ୍ଷା ନ କରି ନୂତନ ଭାବେ ନୂଆ ସୁପାରିସ୍‌ କରି ଚାଲନ୍ତୁ ବୋଲି ଦେଶର ଶୀର୍ଷତମ ଅଦାଲତ ସୁପ୍ରିମ୍‌ କୋର୍ଟର ଏହି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe