ଫଡ଼ନାବୀସ୍‌ଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିବାକୁ ଆଗତ ମାମଲାକୁ ମହାରାଷ୍ଟ୍ର ହ‌ାଇକୋର୍ଟ ଖାରଜ କରିବା ସହ ଆବେଦନକାରୀଙ୍କ ଉପରେ ୨ ଲକ୍ଷର ଜରିମାନା ଲଗାଇଲେ

ଫଡ଼ନାବୀସ୍‌ଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିବାକୁ ଆଗତ ମାମଲାକୁ ମହାରାଷ୍ଟ୍ର ହ‌ାଇକୋର୍ଟ ଖାରଜ କରିବା ସହ ଆବେଦନକାରୀଙ୍କ ଉପରେ ୨ ଲକ୍ଷର ଜରିମାନା ଲଗାଇଲେ

News Nation

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାବୀସ୍‌ଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିବାକୁ ଆବେଦନ କରି ଆଗତ ଏକ ଯାଚିକାକୁ ମହାରାଷ୍ଟ୍ର ହାଇକୋର୍ଟର ନାଗପୁର ବେଞ୍ଚ ଆଜି ଖାରଜ କରି ଦେଇଛନ୍ତି। ଏଥିସହ ଏହି ଯାଚିକା ଆଗତ କରିଥିବା ଆବେଦନକାରୀ ସୁରେଶ ରଙ୍ଗାରୀଙ୍କ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଏଥିସହ ଆଗାମୀ ୨୯ ତାରିଖ ସୁଦ୍ଧା ୨ ଲକ୍ଷ ଟଙ୍କାର ଏହି ଜରିମାନା ରାଶି କୋର୍ଟରେ ଜମା କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏଥିରେ ଖିଲାପ କଲେ ତାଙ୍କ ବିରୋଧରେ ଅଦାଲତ ଜାମିନ ବିହୀନ ଗିରଫ ପରୱାନା ଜାରି କରିବେ ବୋଲି ଅଦାଲତ ସ୍ପଷ୍ଟ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆବେଦନକାରୀ ସୁରେଶ ରଙ୍ଗାରୀ ଆଗତ କରିଥିବା ଯାଚିକାରେ ଅଭି‌େଯାଗ କରି କହିଥିଲେ ଯେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାବୀସ୍‌ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ବିରୋଧରେ ଦୁଇଟି ଫୌଜଦାରୀ ମାମଲା ରହିଥିଲେ ସୁଦ୍ଧା ତାହାକୁ ଦର୍ଶାଇ ନାହାନ୍ତି। ତେଣୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ। ହେଲେ, ଏହି ମାମଲାର ବିଚାରକାଳରେ ଆବେଦନକାରୀ ସୁରେଶ ରଙ୍ଗାରୀ ଆଗତ କରିଥିବା ଅଭିଯୋଗ ମିଥ୍ୟା ଥିବା ଜଣାପଡ଼ିବା ପରେ ଅଦାଲତ ମାମଲାକୁ ଖାରଜ କରିବା ସହ ଆବେଦନକାରୀ ସୁରେଶ ରଙ୍ଗାରୀଙ୍କ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe