ସମୟ ଅଭାବ ଦର୍ଶାଇ ସଲମାନଙ୍କ ଦ୍ୱାରା ଆଗତ ଏକ ମାନହାନି ମାମଲାରେ ରାୟ ଘୋଷଣା କରିବାକୁ ମନାକଲେ ବମ୍ବେ ହାଇକୋର୍ଟ ବିଚାରପତି

Advertisment
ସମୟ ଅଭାବ ଦର୍ଶାଇ ସଲମାନଙ୍କ ଦ୍ୱାରା ଆଗତ ଏକ ମାନହାନି ମାମଲାରେ ରାୟ ଘୋଷଣା କରିବାକୁ ମନାକଲେ ବମ୍ବେ ହାଇକୋର୍ଟ ବିଚାରପତି

ମୁମ୍ବାଇ: ବମ୍ବେ ହାଇକୋର୍ଟର ଜଣେ ବିଚାରପତି ଗୁରୁବାର କହିଛନ୍ତି ଯେ ସମୟ ଅଭାବ କାରଣରୁ ଅଭିନେତା ସଲମାନ ଖାନ ତାଙ୍କ ପଡ଼ୋଶୀଙ୍କ ବିରୋଧରେ ଆଗତ କରିଥିବା ମାନହାନି ମାମଲାର ଆବେଦନ ଉପରେ ରାୟ ଶୁଣାଇବା ସମ୍ଭବପର ହେଉନାହିଁ। ଫଳରେ, ଅଭିନେତା ସଲମାନ ଖାନଙ୍କ ଦ୍ୱାରା ଆଗତ ଆବେଦନର ଶୁଣାଣି ବର୍ତ୍ତମାନ ଅନ୍ୟ ଜଣେ ବିଚାରପତିଙ୍କ ଦ୍ୱାରା ନୂତନ ଭାବରେ ହେବ।

ଉଲ୍ଲେଖଯୋଗ୍ୟ, ଏହି ମାମଲାର ଶୁଣାଣି କରି ନିଜର ରାୟ ସଂରକ୍ଷିତ ରଖିଥିବା ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସିଭି ଭଡାଙ୍ଗ ଶୁକ୍ରବାର ଦିନ ନିଜ ପଦରୁ ଅବସର ନେଉଛନ୍ତି। ଦୀପାବଳି ଛୁଟି ପରେ ଖାନଙ୍କ ଆବେଦନ ଆଉଥରେ ଅନ୍ୟ ଜଣେ ବିଚାରପତିଙ୍କ ନିକଟରେ ଉପସ୍ଥାପନ କରାଯିବ ଏବଂ ସେ ନୂତନ ଭାବରେ ଏହି ମାମଲାର ଶୁଣାଣି ଆଉଥରେ କରିବେ।

ଜଷ୍ଟିସ୍‌ ଭଡାଙ୍ଗ ଗତ ଅଗଷ୍ଟରେ ମାର୍ଚ୍ଚ ୨୦୨୨ର ନିମ୍ନ ଅଦାଲତର ଏକ ଆଦେଶ ବିରୋଧରେ ଅଭିନେତାଙ୍କ ଦ୍ୱାରା ଆଗତ ହୋଇଥିବା ଏହି ଆବେଦନ ଉପରେ ଶୁଣାଣି ଆରମ୍ଭ କରିଥିଲେ। ନିମ୍ନ ଅଦାଲତ ପାନଭେଲରେ ଖାନଙ୍କ ଫାର୍ମ ହାଉସ ନିକଟରେ ଜମି ଥିବା କେତନ କକ୍କଡଙ୍କୁ ଅଭିନେତାଙ୍କ ବିରୋଧରେ ଅପମାନଜନକ ଭିଡିଓ ପୋଷ୍ଟ କରିବାରୁ ରୋକିବାକୁ ମନା କରି ଦେଇଥିଲେ। ଅଦାଲତ ମଧ୍ୟ କକ୍କଡଙ୍କୁ ତାଙ୍କର ପୂର୍ବ ୟୁଟ୍ୟୁବ୍‌ ଭିଡିଓ ଡିଲିଟ କରିବାକୁ ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ।

ନିମ୍ନ ଅଦାଲତର ଏହି ରାୟ ବିରୋଧରେ ଅଭିନେତା ସଲମାନ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଅକ୍ଟୋବର ୧୧ରେ, ଜଷ୍ଟିସ୍‌ ଭଡାଙ୍ଗ ଏହି ମାମଲାର ଶୁଣାଣି ଶେଷ କରିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe