ପତ୍ନୀ ଓ ଝିଅଙ୍କୁ ମାସକୁ ୪ ଲକ୍ଷ ଦେବେ ଶାମି,  ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା ହାଇକୋର୍ଟରୁ କ୍ରିକେଟ ଖେଳାଳି ମହମ୍ମଦ ଶାମିଙ୍କୁ ଏକ ବଡ଼ ଝଟକା ଲାଗିଛି । ନିଜ ପତ୍ନୀ ଓ ଝିଅଙ୍କୁ  ମାସିକ ଭରଣପୋଷଣ ପ୍ରଦାନ କରିବାକୁ ହାଇକୋର୍ଟ ଶାମିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

shami

କୋଲକାତା : କୋଲକାତା ହାଇକୋର୍ଟରୁ କ୍ରିକେଟ ଖେଳାଳି ମହମ୍ମଦ ଶାମିଙ୍କୁ ଏକ ବଡ଼ ଝଟକା ଲାଗିଛି । ନିଜ ପତ୍ନୀ ଓ ଝିଅଙ୍କୁ  ମାସିକ ଭରଣପୋଷଣ ପ୍ରଦାନ କରିବାକୁ ହାଇକୋର୍ଟ ଶାମିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ରିପୋର୍ଟ ଅନୁସାରେ ହାଇକୋର୍ଟ ଶାମିଙ୍କ ପତ୍ନୀ ହାସିନ ଜାହାଁ ଏବଂ ଝିଅ ଆୟରାଙ୍କ ଭରଣପୋଷଣ ପାଇଁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୪ ଲକ୍ଷ ଟଙ୍କା ମଧ୍ୟରୁ ପତ୍ନୀ ୧ ଲକ୍ଷ ୫୦ ହଜାର ଟଙ୍କା ଓ ଝିଅ ୨ ଲକ୍ଷ ୫୦ ହଜାର ଟଙ୍କା ପାଇବେ । 

ମହମ୍ମଦ ଶାମି ଏବଂ ହାସିନ ଜାହାନ ବିବାଦ ପରେ ବିଗତ କିଛି ବର୍ଷ ଧରି ଅଲଗା ରହୁଛନ୍ତି। ଝିଅ ଆୟରା ତାଙ୍କ ମାଆଙ୍କ ସହିତ ରହୁଛନ୍ତି। ଶାମି ଭରଣପୋଷଣ ପାଇଁ ଆବଶ୍ୟକୀୟ ଟଙ୍କା ଦେଉ ନଥିବା ଜାହାଁ ଅଭିଯୋଗ କରିଆସୁଥିଲେ। ଏଥିପାଇଁ ସେ ଆଇନଗତ ଲଢ଼େଇ ମଧ୍ୟ ଲଢ଼ୁଥିଲେ। ଜାହାଁଙ୍କ ଆବେଦନ ଉପରେ ବିଚାରପତି ଅଜୟ ମୁଖାର୍ଜୀ ମହମ୍ମଦ ଶାମିଙ୍କୁ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭରଣପୋଷଣ ଦେବାକୁ ଜାହାଁ ୭ ବର୍ଷ ପୂର୍ବରେ ଏକ ନିମ୍ନ ଅଦାଲତରେ ଆବେଦନ କରିଥିଲେ । ଭରଣପୋଷଣ ବାବଦରେ ତାଙ୍କୁ ମାସକୁ ୭ ଲକ୍ଷ ଟଙ୍କା ଓ ଝିଅକୁ  ୩ ଲକ୍ଷ ଟଙ୍କା ଦିଆଯାଉ ବୋଲି ପାଇଁ ସେ ଆବେଦନ କରିଥିଲେ। ତେବେ କୋର୍ଟ ଏହା କହି ଆବେଦନକୁ ଖାରଜ କରିଦେଇଥିଲେ ଯେ ଜାହାଁ ମଡେଲିଂ କରି ମଧ୍ୟ ଅର୍ଥ ରୋଜଗାର କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe