ଏଚ୍‌ସିଏଲ୍‌ର ରୋଶ୍‌ନି ସବୁଠୁ ଧନୀ ଭାରତୀୟ ମହିଳା, ୮୪,୩୩୦ କୋଟି ସମ୍ପତ୍ତିର ମାଲିକାଣି

Advertisment
ଏଚ୍‌ସିଏଲ୍‌ର ରୋଶ୍‌ନି ସବୁଠୁ ଧନୀ ଭାରତୀୟ ମହିଳା, ୮୪,୩୩୦ କୋଟି ସମ୍ପତ୍ତିର ମାଲିକାଣି

Business Today

ମୁମ୍ବାଇ : ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ର ଅଧ୍ୟକ୍ଷା ରୋଶ୍‌ନି ନାଦାର ମଲହୋତ୍ରା ହେଉଛନ୍ତି ଭାରତର ସବୁଠୁ ଧନୀ ମହିଳା। ୨୦୨୧ରେ ତାଙ୍କ ସମ୍ପତ୍ତି ୫୪ ପ୍ରତିଶତ ବୃଦ୍ଧି ପାଇ ୮୪,୩୩୦ କୋଟି ଟଙ୍କା ହୋଇଛି। ଏହି ତାଲିକାରେ ନାଏକାର ଫାଲ୍‌ଗୁନି ନାୟାର ଦ୍ବିତୀୟ ସ୍‌ତାନରେ ରହିଛନ୍ତି। ଫାଲ୍‌ଗୁନିଙ୍କ ସମ୍ପତ୍ତି ମୂଲ୍ୟ ହେଉଛି ୫୭,୫୨୦ କୋଟି ଟଙ୍କା। ବର୍ଷକ ଭିତରେ ତାଙ୍କ ସମ୍ପତ୍ତି ମୂଲ୍ୟ ୯୬୩ ପ୍ରତିଶତ ବୃଦ୍ଧି ପାଇଛି।

କୋଟାକ୍-ହୁରୁନ୍‌ ତାଲିକା ଅନୁଯାୟୀ, ବାୟୋକନ୍‌ର ମୁଖ୍ୟ କିରଣ ମଜୁମଦାର ସ’ଙ୍କ ସମ୍ପତ୍ତି ୨୧% ହ୍ରାସ ପାଇ ୨୯,୦୩୦ କୋଟି ଟଙ୍କାରେ ପହଞ୍ଚିଥିବାରୁ ସେ ତୃତୀୟ ସ୍ଥାନକୁ ଖସିଆସିଛନ୍ତି। ଏହି ତାଲିକାରେ କେବଳ ସେହି ମହିଳା ଧନୀମାନଙ୍କୁ ସାମିଲ କରାଯାଇଛି ଯେଉଁମାନେ ଭାରତରେ ଜନ୍ମ ହୋଇ ବଢ଼ିଛନ୍ତି ଓ କାରବାରର ଦେଖାଶୁଣା କରୁଛନ୍ତି। ଏଭଳି ଦେଶର ୧୦୦ ଧନୀ ମହିଳାମାନଙ୍କ ମୋଟ ସମ୍ପତ୍ତି ୨୦୨୧ରେ ୫୩ ପ୍ରତିଶତ ବୃଦ୍ଧି ପାଇ ୪.୧୬ ଳକ୍ଷ କୋଟି ଟଙ୍କା ହୋଇଛି। ସର୍ବା‌ଧିକ ୨୫ ଧନୀ ମହିଳା ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ଥିବା ବେଳେ ମୁମ୍ବାଇରେ ୨୧ ଓ ହାଇଦ୍ରାବାଦରେ ୧୨ ଜଣ ରହିଛନ୍ତି। ଆପୋଲୋ ହସ୍ପିଟାଲ୍‌ସ ସର୍ବାଧିକ ଚାରି ଜଣ ଧନୀ ମହିଳା ସୃଷ୍ଟି କରିଛି। ମେଟ୍ରୋ ସୁଜ୍ ଓ ଦେବୀ ସି’ ଫୁଡ୍‌ସ ଦୁଇ ଜଣ ଲେଖାଏଁ ଧନୀ ମହିଳା ସୃଷ୍ଟି କରିଛନ୍ତି। ଭୋପାଳର କନିକା ତେକ୍ରିୱାଲ ହେଉଛନ୍ତି ଏହି ତାଲିକାରେ ସର୍ବକନି‌ଷ୍ଠ ଯାହାଙ୍କ ବୟସ ହେଉଛି ୩୩ ବର୍ଷ। ସେ ଜେଟ୍‌ସେଟ୍‌ଗୋ ନାମକ ସଂସ୍ଥା ସ୍ଥାପନ କରିଛନ୍ତି ଓ ତାଙ୍କ ସମ୍ପତ୍ତି ମୂଲ୍ୟ ହେଉଛି ୪୨୦ କୋଟି ଟଙ୍କା। ଏହି ତାଲିକାରେ ସ୍ଥାନ ପାଇଥିବା ପେପ୍‌ସିକୋର ପୂର୍ବତନ ମୁଖ୍ୟ ଇନ୍ଦ୍ରା ନୁୟୀଙ୍କ ସମ୍ପତ୍ତି ୫୦୪୦ କୋଟି ଟଙ୍କା ରହିଥିବା ବେଳେ ଏଚ୍‌ଡିଏଫ୍‌ସିର ରେଣୁ ସୁଦ୍‌ କର୍ଣ୍ଣାଡ୍‌ଙ୍କ ୮୭୦ କୋଟି ଟଙ୍କା ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଶାନ୍ତି ଏକାମ୍ବରମ୍‌ଙ୍କ ସମ୍ପତ୍ତି ୩୨୦ କୋଟି ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe