ସଂକ୍ରମଣ ବିପଦ କମାଉଛି ଏଚ୍‌ସିକ୍ୟୁ

Advertisment
ସଂକ୍ରମଣ ବିପଦ କମାଉଛି ଏଚ୍‌ସିକ୍ୟୁ

Image Source: India Today

ନୂଆଦିଲ୍ଲୀ ଭାରତରେ କରୋନା ମୁକାବିଲା ଦିଗରେ ଆଗ ଧାଡ଼ିର ଯୋଦ୍ଧା ତଥା ସ୍ବାସ୍ଥ୍ୟକର୍ମୀମାନେ ରୋଗ ପ୍ରତିରୋଧକ ଔଷଧ ଭାବେ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି‌କ୍ଲୋରକ୍ବିନ୍‌ ବ୍ୟବହାର କରିବା ପାଇଁ ଆଇସିଏମ୍‌ଆର ନିର୍ଦ୍ଦେଶ ଦେଇଥିଲେ। ତେବେ ଆଇସିଏମ୍‌ଆର ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ବ୍ୟବହାର କରିଥିବା ସ୍ବାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ସଂକ୍ରମଣର ବିପଦ କମିଛି। ୬ କିମ୍ବା ୬ରୁ ଅଧିକ ଏଚ୍‌ସିକ୍ୟୁ ଡୋଜ୍‌ ଗ୍ରହଣ କରିଥିବା ପ୍ରାୟ ୮୦ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ସାର୍ସ‌୍-କଭ୍‌-୨ ଭାଇରସ୍‌ରେ ସଂକ୍ରମିତ ହୋଇନଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟକର୍ମୀଙ୍କ ସହ ପୁଲିସ ଏବଂ ଅବରୋଧ ଅଞ୍ଚଳରେ କରୋନା ମୁକାବିଲା କରୁଥିବା ଯୋଦ୍ଧାମାନଙ୍କୁ ମଧ୍ୟ ଏଚ୍‌ସିକ୍ୟୁ ବ୍ୟବହାର ପାଇଁ ନିର୍ଦ୍ଦେଶ ଥିଲା।

ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ୪ ଡୋଜ୍‌ ଏଚ୍‌ସିକ୍ୟୁ ଗ୍ରହଣ କରିବାପରେ ସଂକ୍ରମଣ ବିପଦ କମିଥାଏ ଏବଂ ସଂକ୍ରମଣ କମାଇବା କ୍ଷେତ୍ରରେ ଏହା ଫଳପ୍ରଦ ହୋଇଥାଏ। ପ୍ରଥମେ ୮୦୦ ଏମ୍‌ଜି ଡୋଜ୍‌ ଦିଆଯାଉଛି ଏବଂ ପରେ ପ୍ରତି ସପ୍ତାହକୁ ୪୦୦ ଏମ୍‌ଜି ଡୋଜ୍‌ ଦିଆଯାଉଛି। ଡାକ୍ତରଙ୍କ ପରାମ‌ର୍ଶକ୍ରମେ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ଏହି ଡୋଜ୍‌ ଦେବାପାଇଁ ନିର୍ଦ୍ଦେଶ ରହିଛି। ତେବେ ଏହାଦ୍ବାରା ଅସୁସ୍ଥ ନଥିବା ସ୍ବାସ୍ଥ୍ୟକର୍ମୀଙ୍କ କ୍ଷେତ୍ର‌ରେ ୮୦ ପ୍ରତିଶତ ସଂକ୍ରମଣ ବିପଦ କମିଯିବ ବୋଲି ଆଇସିଏମ୍‌ଆର ଡାକ୍ତର ସମିରନ୍‌ ପଣ୍ଡା କହିଛନ୍ତି। ଉକ୍ତ ଅଧ୍ୟୟନ ପାଇଁ ମେ' ୮ରୁ ୨୩ ମଧ୍ୟରେ ତଥ୍ୟ ସଂଗ୍ରହ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe