Image Source: India Today
ବେଙ୍ଗାଲୁରୁ: ଲକ୍ଡାଉନ୍ ଯୋଗୁଁ ଦେଶରେ ଅନେକ ବାହାଘର ବାତିଲ ହେଉଥିବା ବେଳେ କର୍ଣ୍ଣାଟକର ପ୍ରଭାବଶାଳୀ ରାଜନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେ ଗୌଡ଼ା ଆଜି ତାଙ୍କର ନାତି ବାହାଘର କରାଇଛନ୍ତି।
ଦେବେ ଗୌଡ଼ାଙ୍କ ନାତି ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀଙ୍କ ପୁତ୍ର ନିଖିଳ କୁମାରସ୍ବାମୀ ଶୁକ୍ରବାର ଦିନ କଂଗ୍ରେସର ପୂର୍ବତନ ଗୃହ ନିର୍ମାଣ ମନ୍ତ୍ରୀ ଏମ୍ କୃଷ୍ଣପ୍ପାଙ୍କ ଝିଆରୀ-ନାତୁଣୀ ରେବତୀଙ୍କୁ ବାହା ହୋଇଛନ୍ତି।
ବେଙ୍ଗାଲୁରୁ ବାହାରେ ରାମନଗରରେ ଥିବା ଏକ ଫାର୍ମ ହାଉସ୍ରେ ଏହି ବିଳାସମୟ ବାହାଘର ଆୟୋଜିତ ହୋଇଥିଲା। ବେଙ୍ଗାଲୁରୁରୁ ବିବାହସ୍ଥଳୀ ଉଭିମୁଖେ ୩୦/୪୦ଟି କାର୍ ଯାଉଥିବା କଥା ଦେଖାଯାଇଥିବା ବେଳେ ରାମନଗର ଜିଲ୍ଲା ମଧ୍ୟକୁ ଗଣମାଧ୍ୟମ ପ୍ରବେଶ ନିଷିଦ୍ଧ କରାଯାଇଥିଲା।
ବିବାହସ୍ଥଳକୁ କେଉଁ କାର୍ଗୁଡ଼ିକୁ ଯିବା ଲାଗି ଅନୁମତି ଦିଆଯିବ ତା’ର ରେଜିଷ୍ଟ୍ରେସନ୍ ନମ୍ବର ସମ୍ପୃକ୍ତ ପରିବାର ପୁଲିସକୁ ଦେଇଥିଲେ ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି।
ବିବାହର ଆୟୋଜନ ପାଇଁ ସମସ୍ତ ପ୍ରକାରର ଅନୁମତି କର୍ଣ୍ଣାଟକ ସରକାରଙ୍କ ଠାରୁ ପୂର୍ବରୁ ମିଳି ସାରିଥିବା କଥା କୁମାରସ୍ବାମୀ ପୂର୍ବରୁ କହିଥିଲେ।
ଏହି ବିବାହ ଅନୁଷ୍ଠାନ ଉପରେ ଦୃଷ୍ଟି ରଖାଯିବା ସହ ଭିଡିଓ ମଧ୍ୟ ଉତ୍ତୋଳନ କରାଯିବ ବୋଲି ବିଏସ୍ ୟେଦିୟୁରପ୍ପା ସରକାର କହିଥିଲେ। ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାରୀ ଅଧିକାରୀମାନେ କହିଥିଲେ।
ବେଦୀ ପ୍ରସ୍ତୁତି ନିମନ୍ତେ କେତେକ ଟ୍ରକ୍ ତମ୍ବୁ ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଫାର୍ମ ହାଉସ୍କୁ ପ୍ରବେଶ କରୁଥିବା କଥା ମଙ୍ଗଳବାର ଦିନ ଦେଖାଯାଇଥିଲା।
Follow Us