ବିଜେପି ସରକାରକୁ ସମର୍ଥନ ପ୍ରସଙ୍ଗରେ ମୁହଁ ଖୋଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ , କହିଲେ ଏହି କଥା

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ବିଜେପି ସରକାରକୁ ସମର୍ଥନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ ବିଜେପି ସରକାରକୁ ସମର୍ଥନ ଦେବା ଖବର ଏକଦମ୍ ଭିତ୍ତିହୀନ। ଏହି ଗୁଜବ ପ୍ରତି ଧ୍ୟାନ ନ ଦେବାକୁ .ସେ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି କାରଣ ଏହା ଅସତ୍ୟ। ସେ ଆହୁରି ବି କହିଛନ୍ତି ଯେ ଜନସେବା ଜରିଆରେ ପାର୍ଟି ଗଠନ କରିବେ। ସାଧାରଣ ଲୋକଙ୍କଲାଗି ତାଙ୍କର ଲଢ଼େଇ ଜାରି ରହିବ।
ଏଠାରେ ସୂଚନାଯୋଗ୍ୟ ଜେଡିଏସର ଏକ ବିଧାୟକ ଗୋଷ୍ଠୀ ବି.ଏସ୍. ୟେଦୁରପ୍ପାଙ୍କ ନେତୃତ୍ବାଧୀନ ବିଜେପି ସରକାରକୁ ଜେଡିଏସ୍ ସମର୍ଥନ ଦେଉ ବୋଲି ଚାପ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଥିଲା। ଏଥିପାଇଁ ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ସେମାନଙ୍କ ନିଷ୍ପତ୍ତି ସଂପର୍କରେ ଜଣାଇ ଦେବା ସହ କଂଗ୍ରେସଠାରୁ ଦୂରେଇ ରହିବା ଉପରେ ଗୁରୁତ୍ବାରୋପ କରିଥିଲେ। ଜେଡିଏସ୍ ବିଧାୟକ ଦଳ ବୈଠକରେ ଏହି ପ୍ରସଙ୍ଗରେ ତୀବ୍ର ମତଭେଦ ଦେଖିବାକୁ ମିଳିଥିଲା।

publive-image photo-oneindia

କେତେକ ବିଧାୟକ କୁମାରସ୍ବାମୀଙ୍କୁ ଜେଡିଏସ୍ ବିଜେପି ସରକାରରେ ସାମିଲ ହେଉ କିମ୍ବା ବାହାରୁ ସମର୍ଥନ ଦେଉ ବୋଲି ପ୍ରସ୍ତାବ ଦେବା ପରେ ଅନ୍ୟମାନେ ଏହାକୁ ବିରୋଧ କରିଥିଲେ। ଏହି ପ୍ରସଙ୍ଗରେ ବୈଠକରେ ହଟ୍ଟଗୋଳ ମଧ୍ୟ ହୋଇଥିଲା। ଜେଡିଏସ୍ ସୁପ୍ରିମୋ ଏଚ୍ ଡି  .ଦେବେଗୌଡ଼ା କହିଛନ୍ତି, ଆମେ ବିଜେପି ସରକାରକୁ ସମର୍ଥନ କରିବୁ ନାହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe