ସର୍ବସମ୍ମୁଖରେ ପତ୍ନୀଙ୍କ ଗଳା କାଟିଦେଲା

Advertisment

ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ପତ୍ନୀଙ୍କୁ ରାସ୍ତା ଉପରେ ଗଳାକାଟି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କର୍ଣ୍ଣାଟକ ରାଜଧାନୀର ଇଲେକ୍ଟ୍ରୋନିକ୍ ସିଟି ଅଞ୍ଚଳରେ ଲୋକଙ୍କ ଆଖି ସାମନାରେ ଏହି ଘଟଣା ଘଟିଛି। ଏହି ବର୍ବର କାଣ୍ଡ ଘଟାଇଥିବା ବ୍ୟକ୍ତି ହେଲେ....

Updated On

ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ପତ୍ନୀଙ୍କୁ ରାସ୍ତା ଉପରେ ଗଳାକାଟି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କର୍ଣ୍ଣାଟକ ରାଜଧାନୀର ଇଲେକ୍ଟ୍ରୋନିକ୍ ସିଟି ଅଞ୍ଚଳରେ ଲୋକଙ୍କ ଆଖି ସାମନାରେ ଏହି ଘଟଣା ଘଟିଛି। ଏହି ବର୍ବର କାଣ୍ଡ ଘଟାଇଥିବା ବ୍ୟକ୍ତି ହେଲେ....

ଅଦ୍ୟତନ ହୋଇଛି
sdsxz

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ପତ୍ନୀଙ୍କୁ ରାସ୍ତା ଉପରେ ଗଳାକାଟି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କର୍ଣ୍ଣାଟକ ରାଜଧାନୀର ଇଲେକ୍ଟ୍ରୋନିକ୍ ସିଟି ଅଞ୍ଚଳରେ ଲୋକଙ୍କ ଆଖି ସାମନାରେ ଏହି ଘଟଣା ଘଟିଛି। ଏହି ବର୍ବର କାଣ୍ଡ ଘଟାଇଥିବା ବ୍ୟକ୍ତି ହେଲେ ଚିକ୍କାବଲ୍ଲପୁର ଜିଲ୍ଲା ବାଗେପଲ୍ଲୀର ୪୩ ବର୍ଷୀୟ କ୍ରିଷ୍ଣାପ୍ପା। ୩୫ ବର୍ଷୀୟା ପତ୍ନୀ କେ ଶାରଦାଙ୍କ ଚରିତ୍ରକୁ ସନ୍ଦେହ କରି ସେ ତାଙ୍କୁ ଛୁରିରେ ଗଳା କାଟି ହତ୍ୟା କରିଛି। ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ଶାରଦା କାମ ସାରି ଘରକୁ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ପୁଲିସ ସୂଚନା ଅନୁଯାୟୀ, କ୍ରିଷ୍ଣାପ୍ପା ହତ୍ୟା ଉଦ୍ଦେଶ୍ୟରେ ବାଗେପଲ୍ଲୀରୁ ଆସିଥିଲା ଏବଂ ଘରକୁ ଯିବା ବାଟରେ ପତ୍ନୀଙ୍କୁ ଅପେକ୍ଷା କରିଥିଲା।

ସେ ପାଖକୁ ଆସିବା ମାତ୍ରେ ମୁହାଁମୁହିଁ ହୋଇ ତାଙ୍କ ବେକରେ ବାରମ୍ବାର ଛୁରା ମାଡ଼ କରି ନିର୍ମମ ଆକ୍ରମଣ କରିଥିଲା। କୌଣସି ସହାୟତା ମିଳିବା ପୂର୍ବରୁ ମହିଳା ଜଣକ ଘଟଣାସ୍ଥଳରେ ପଡ଼ି ଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। କ୍ରିଷ୍ଣାପ୍ପା ସେଠାରୁ ଖସିଯିବାକୁ ଚେଷ୍ଟା କରିବାରୁ ସ୍ଥାନୀୟ ଲୋକେ ତାକୁ ପିଛା କରି କାବୁ କରି ନେଇଥିଲେ ଏବଂ ପୁଲିସ ପହଞ୍ଚିବା ପର୍ଯ୍ୟନ୍ତ ଅଟକାଇଥିଲେ। ଘଟଣାର କିଛି ସମୟ ପରେ ବେଙ୍ଗାଲୁରୁର ଡେପୁଟି କମିସନର ସାରା ଫାତିମା ଫରେନସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏ ନେଇ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe