ଆଜି ଉଦୟପୁର ପହଞ୍ଚିବେ ଜି-୨୦ ପ୍ରତିନିଧି ଦଳ

Advertisment

ସୋମବାର, ମଙ୍ଗଳବାର ବୈଠକ, ବୁଧବାର ଦିନ ରାଜସ୍ଥାନର ପ୍ରମୁଖ ସ୍ଥାନ ବୁଲିବେ

ସୋମବାର, ମଙ୍ଗଳବାର ବୈଠକ, ବୁଧବାର ଦିନ ରାଜସ୍ଥାନର ପ୍ରମୁଖ ସ୍ଥାନ ବୁଲିବେ

ଜି-୨୦ର ପ୍ରଥମ ନିଯୁକ୍ତି କାର୍ଯ୍ୟ ଗୋଷ୍ଠୀ ବୈଠକ

ଜୟପୁର  : ରାଜସ୍ଥାନର ଉଦୟପୁରରେ ଭାରତ ଅଧ୍ୟକ୍ଷତାରେ ପ୍ରଥମ ଜି-୨୦ର ପ୍ରଥମ ବୈଠକ ହେବ। ଆଜି ଜି-୨୦ ପ୍ରତିନିଧି ଦଳ ‘ସିଟି ଅଫ ଲେକ୍‌ସ’ ଉଦୟପୁରରେ ପହଞ୍ଚିବେ। ସେମାନେ ଉଦୟପୁରରେ ୪ ଦିନ ରହିବେ। ରବିବାର ଦିନ ହୋଟେଲ ଲୀଲା ପ୍ୟାଲେସ୍‌‌ରେ ପ୍ରତିନିଧିଙ୍କ ପାଇଁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସୋମବାର, ମଙ୍ଗଳବାର ଜି-୨୦ ବୈଠକ ହେବ। ହୋଟେଲ ତାଜ ଫତେ ପ୍ରକାଶ ପ୍ୟାଲେସ୍‌ର ଦରବାର ହଲ୍‌ରେ ବୈଠକ ହେବ। ପ୍ରତିନିଧିମାନେ ସିଟି ପ୍ୟା‌ଲେସ ଏବଂ ଜଗମନ୍ଦିର ବୁଲିବେ। ଏହି ଦୁଇଟି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ବୁଧବାର ଦିନ ଜି-୨୦ ପ୍ରତିନିଧି ମାନେ ପଞ୍ଚଦଶ ଶତାବ୍ଦୀର କୁମ୍ଭଲଗଡ଼ ଦୁର୍ଗ ବୁଲିବେ। ପ୍ରତିନିଧିମାନେ ମଧ୍ୟ ଶିଳ୍ପଗ୍ରାମରେ ଗ୍ରାମୀଣ ଜୀବନର କିଛି ଝଲକ ଦେଖିବେ।

ଏହି ୪ ଦିନର ରହଣୀ ସମୟରେ ଜି-୨୦ ପ୍ରତିନିଧିଙ୍କୁ ବିଭିନ୍ନ ପ୍ରକାରର ରାଜସ୍ଥାନୀ ସୁସ୍ବାଦୁ ବ୍ୟଞ୍ଜନ ପରିବେଷଣ କରାଯିବ। ଡାଲ୍‌ , ବାଟି, ଚୁର୍ମା, ଯୋଧପୁରୀ କାବୁଲି ପଲାଉ, ଏବଂ ବି‌କାନେରୀ ଘେବର ଏବଂ ଯୋଧପୁରୀ ମାୱା କଚୌଡ଼ି ଭଳି ବିଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟ ଜି -୨୦ ରାଷ୍ଟ୍ରର ପ୍ରତିନିଧିଙ୍କୁ ଦିଆଯିବ। ରାଜସ୍ଥାନୀ ଖାଦ୍ୟ ସହ ପ୍ରତିନିଧିମାନଙ୍କୁ ଦକ୍ଷିଣ ଭାରତୀୟ ଖାଦ୍ୟ ତଥା ହାଇଦ୍ରାବାଦୀ, ଗୁଜରାଟୀ, ଏବଂ ପଂଜାବୀ ବ୍ୟଞ୍ଜନ ପରସାଯିବ ବୋଲି ଉଦୟପୁରର ପର୍ଯ୍ୟଟନ ଉପ ନିର୍ଦ୍ଦେଶକ ଶିଖା ସାକ୍ସେନା କହିଛନ୍ତି। ମେନୁରେ ରାଜସ୍ଥାନୀ ସ୍ବାଦ ଉପରେ ସ୍ବତନ୍ତ୍ର ଫୋକସ ରଖି ଭାରତୀୟ ଖାଦ୍ୟ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe