ନିଟ୍‌ରେ ୯୯.୯୯% ରଖିଥିଲେ, ଡାକ୍ତର ହେବାକୁ ଇଚ୍ଛା ନଥିବାରୁ ଜୀବନ ହାରିଦେଲେ

ନିଟ୍‌ରେ ୯୯.୯୯% ରଖିଥିଲେ। ଡାକ୍ତର ହେବାକୁ ଇଚ୍ଛା ନଥିବାରୁ ଜୀବନ ହାରିଦେଲେ ୧୯ବର୍ଷୀୟ ଛାତ୍ର। ଘଟଣାଟି ଘଟିଛି ମହାରାଷ୍ଟ୍ରର ଚନ୍ଦ୍ରପୁରରେ। ମେଡିକାଲ କଲେଜକୁ ଆଡ୍‌ମିଶନ ପାଇଁ ଯିବାକୁ ଥିବା ବେ‌ଳେ ଛାତ୍ରଜଣଙ୍କ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି।

New Project (5)

ମୁମ୍ବାଇ: ନିଟ୍‌ରେ ୯୯.୯୯% ରଖିଥିଲେ। ଡାକ୍ତର ହେବାକୁ ଇଚ୍ଛା ନଥିବାରୁ ଜୀବନ ହାରିଦେଲେ ୧୯ବର୍ଷୀୟ ଛାତ୍ର। ଘଟଣାଟି ଘଟିଛି ମହାରାଷ୍ଟ୍ରର ଚନ୍ଦ୍ରପୁରରେ। ମେଡିକାଲ କଲେଜକୁ ଆଡ୍‌ମିଶନ ପାଇଁ ଯିବାକୁ ଥିବା ବେ‌ଳେ ଛାତ୍ରଜଣଙ୍କ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି। ମୃତକଜଣକ ହେଲେ ଅନୁରାଗ ଅନିଲ ବୋରକର। ଅନୁରାଗ ତାଙ୍କ ପରିବାର ସହିତ ରହୁଥିଲେ ଏବଂ କିଛି ଦିନ ତଳେ ନିଟ୍ ୟୁଜି ୨୦୨୫ ପରୀକ୍ଷାରେ ୯୯.୯୯ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ସହ ଓବିସି ବର୍ଗରେ ସର୍ବଭାରତୀୟ ସ୍ତରରେ ୧୪୭୫ ରାଙ୍କ ହାସଲ କରିଥିଲେ। ତାଙ୍କର ସଫଳତା ପରେ ସେ ଏମବିବିଏସ୍ ପାଠ ପଢ଼ିବା ପାଇଁ ଉତ୍ତରପ୍ରଦେଶର ଗୋରଖପୁରକୁ ଯିବାର ଥିଲା।

ପୁଲିସର ସୂଚନା ଅନୁଯାୟୀ, ଗୋରଖପୁର ଯିବା ଦିନ ଅନୁରାଗ ତାଙ୍କ ବାସଭବନରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ। ଶୋଇବା ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୁଲିସ। ମୃତଦେହ ପାଖରୁ ଅନୁରାଗଙ୍କ ଶେଷ ଚିଠି ଜବତ କରିଛି ପୁଲିସ। ଚିଠିରେ ସେ ଡାକ୍ତର ହେବାକୁ ଚାହୁଁନଥିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ଲେଖିଛନ୍ତି। ତେବେ ପ୍ରକୃତ କାରଣ ଜାଣିବା ପାଇଁ ଏବେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଅନେକ କିଶୋର ଏବଂ କିଶୋରୀ ସେମାନଙ୍କ ପାଠପଢ଼ା ଜୀବନlରେ ଚାପ ଅନୁଭବ କରନ୍ତି। ସେମାନଙ୍କ ପାଇଁ ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ସ୍କୁଲ ଏବଂ କଲେଜ ସେମାନଙ୍କ ଜୀବନର କେବଳ ଗୋଟିଏ ଅଂଶ, ସବୁକିଛି ନୁହେଁ। ଚାପର ପରିଚାଳନା କରିବା ପାଇଁ, କିଶୋର ଏବଂ କିଶୋରୀମାନେ ସେମାନଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହିତ ନିଜ ସମସ୍ୟା ବିଷୟରେ ଖୋଲାଖୋଲି କଥା ହେବାକୁ ଚେଷ୍ଟା କରିବା ଉଚିତ। ନିଜ ଭାବନା ବାଣ୍ଟିବା ଦ୍ୱାରା ସେମାନେ  ଏକାକୀ ଅନୁଭବ କରିପାରିବେ ନାହିଁ। 

NEET | doctor

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe