ଆଜି ବାଣିଜ୍ୟ ଭବନ ଓ ନିର୍ୟାତ ପୋର୍ଟାଲର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

Advertisment
ଆଜି ବାଣିଜ୍ୟ ଭବନ ଓ ନିର୍ୟାତ ପୋର୍ଟାଲର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

Image Courtesy of India Today

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସାଢ଼େ ୧୦ଟା ସମୟରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ନୂତନ ସୌଧ ‘ବାଣିଜ୍ୟ ଭବନ’କୁ ଉଦ୍‌ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ନୂତନ ପୋର୍ଟାଲ୍ ନିର୍ୟାତ (ନ୍ୟାସନାଲ ଇମ୍ପୋର୍ଟ-ଏକ୍ସପୋର୍ଟ ରେକର୍ଡ ଫର୍‍ ୟର୍ଲି ଆନାଲିସସ ଅଫ୍‍ ଟ୍ରେଡ୍‌)କୁ ମଧ୍ୟ ଉନ୍ମୋଚନ କରିବେ, ଯାହାକି ଭାରତର ବୈଦେଶିକ ବାଣିଜ୍ୟ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକ ସୂଚନା ଉପଲବ୍ଧ କରିବା ପାଇଁ ଏକକ ପ୍ଲାଟଫର୍ମ ଭାବରେ ବିକଶିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ।

ଇଣ୍ଡିଆ ଗେଟ୍ ନିକଟରେ ନିର୍ମିତ ବାଣିଜ୍ୟ ଭବନକୁ ଏକ ସ୍ମାର୍ଟ ସୌଧ ଭାବରେ ଡିଜାଇନ୍ କରାଯାଇଛି। ଏହା ଏକ ସମନ୍ୱିତ ଏବଂ ଆଧୁନିକ କାର୍ଯ୍ୟାଳୟ ସୌଧ ଭାବରେ କାର୍ଯ୍ୟ କରିବ ଯାହା ମନ୍ତ୍ରଣାଳୟର ଦୁଇଟି ବିଭାଗ ଯଥା ବାଣିଜ୍ୟ ବିଭାଗ ଏବଂ ଶିଳ୍ପ ଓ ଆନ୍ତଃବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଟିଟି) ଦ୍ୱାରା ବ୍ୟବହୃତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe