୧୨ ବର୍ଷ ପରେ ପାକିସ୍ତାନରୁ ଘରକୁ ଫେରିଲେ: ଗୋରୁ ଚରାଇବା ବେଳେ ଭୁଲ୍‌ରେ ପଳାଇଥିଲେ କଚ୍ଛ ବାସିନ୍ଦା

Advertisment
୧୨ ବର୍ଷ ପରେ ପାକିସ୍ତାନରୁ ଘରକୁ ଫେରିଲେ: ଗୋରୁ ଚରାଇବା ବେଳେ ଭୁଲ୍‌ରେ ପଳାଇଥିଲେ କଚ୍ଛ ବାସିନ୍ଦା

ନୂଆଦିଲ୍ଲୀ: ଗତ ୨୫ ତାରିଖରେ ହରିଆଣାର ଏକ ମାମଲା ବିଚାର କରି ପଞ୍ଜାବ ଓ ହରିଆଣା ହାଇକୋର୍ଟ ଏକ ବିରଳ ରାୟ ଶୁଣାଇଛନ୍ତି। ଜଣେ ମହିଳା ନିଜ ସ୍ବାମୀଙ୍କୁ ହତ୍ୟା କରିଥିଲେ ବି ତାଙ୍କୁ ପରିବାର ପେନ୍‌ସନ୍‌ ମିଳିପାରିବ ବୋଲି ଅଦାଲତ ରାୟ ଶୁଣାଇଛନ୍ତି। କେହି କେବେ ସୁନା ଅଣ୍ଡାଦିଆ କୁକୁଡ଼ାକୁ କାଟେନାହିଁ। ନିଜ ସ୍ବାମୀଙ୍କୁ ହତ୍ୟା କରଥିଲେ ବି ସଂପୃକ୍ତ ପତ୍ନୀଙ୍କୁ କେବେ ପରିବାର ପେନ୍‌ସନ୍‌ରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଅଦାଲତ ଟିପ୍ପଣୀ କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ଆମ୍ବାଲାର ବାଲଜିତ୍‌ କୌର ଅଦାଲତଙ୍କୁ ଜଣାଇଥିଲେ କି ହରିଆଣା ସରକାରଙ୍କ ଜଣେ କର୍ମଚାରୀ ଥିବା ତାଙ୍କ ସ୍ବାମୀ ତରସେମ୍‌ ସିଂହଙ୍କର ୨୦୦୮ରେ ମୃତ୍ୟୁ ହୋଇଥିଲା। ଏକ ହତ୍ୟା ମାମଲାରେ ବାଲଜିତ୍‌ଙ୍କୁ ୨୦୦୯ରେ ଗିରଫ କରାଯାଇଥିଲା ଏବଂ ୨୦୧୧ରେ ସେ ଦୋଷୀସାବ୍ୟସ୍ତ ହୋଇଥିଲେ। ତେବେ ଏହା ପରେ ତାଙ୍କୁ ମିଳୁଥିବା ଫାମିଲି ପେନ୍‌ସନ୍‌କୁ ହରିଆଣା ସରକାର ବନ୍ଦ କରିଦେଇଥିଲେ। ତେବେ ତାଙ୍କୁ ବକେୟା ସହ ସମସ୍ତ ପେନ୍‌ସନ୍‌ ପ୍ରଦାନ ପାଇଁ ମାନ୍ୟବର ହାଇକୋର୍ଟ ହରିଆଣା ସରକାରଙ୍କୁ ନିର୍ଦ୍ଦେଶ କରିବା ସହ ଜଣେ ସରକାରୀ କର୍ମଚାରୀଙ୍କ ବିଧବା ପତ୍ନୀ ଅନ୍ୟତ୍ର ବିବାହ କଲେ ବି ତାଙ୍କୁ ଫାମିଲି ପେନ୍‌ସନ୍‌ ମିଳିପାରିବ ବୋଲି ଟିପ୍ପଣୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe