୩୦ ଜଣ ଛାତ୍ରଙ୍କୁ ଗୋଟାଏ ସିରିଞ୍ଜ୍‌ରେ ଦିଆଗଲା ଟିକା; ପଚାରିବାରୁ କହିଲେ ମୋର୍‌ କ’ଣ ଭୁଲ୍‌?

Advertisment
୩୦ ଜଣ ଛାତ୍ରଙ୍କୁ ଗୋଟାଏ ସିରିଞ୍ଜ୍‌ରେ ଦିଆଗଲା ଟିକା; ପଚାରିବାରୁ କହିଲେ ମୋର୍‌ କ’ଣ ଭୁଲ୍‌?

NDTV.com

ଭୋପାଳ: ମଧ୍ୟପ୍ରଦେଶରେ ଘଟିଛି ଏକ ଚକିତ କରିବା ପରି ଘଟଣା। ଗୋଟାଏ ସିରିଞ୍ଜରେ ୩୦ ଜଣ ଛାତ୍ରଙ୍କୁ ଟିକା ଦିଆ ଯାଇଥିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ଯିଏ ଟିକା ଦେଉଥିଲେ ତାଙ୍କ ନାଁ ହେଉଛି ଜିତେନ୍ଦ୍ର। ଜିଜେନ୍ଦ୍ରଙ୍କ କହିବ‌ା କଥା ହେଉଛି ତାଙ୍କୁ କର୍ତ୍ତୃପକ୍ଷ ଗୋଟାଏ ସିରିଞ୍ଜ ଦେଇ ଟିକା ଦେବାକୁ କହିଥିଲେ। ମୁଖ୍ୟ ବିଭାଗରୁ ମୋତେ ଯାହା ନିର୍ଦ୍ଦେଶ ଆସିଥିଲା ମୁଁ ସେୟା କଲି। ମୋର ଭୁଲ୍‌ କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଆପଣ ଜାଣନ୍ତି ଯେ ଡିସ୍‌ପୋଜାଲ୍‌ ସିରିଞ୍ଜ୍‌ ମାନେ ତାହାକୁ ମା‌ତ୍ର ଥରେ ବ୍ୟବହାର କରାଯାଏ। ମାତ୍ର ଏପରି ଏକ ଘଟଣା ଏବେ ଚାରିଆଡ଼େ ନିନ୍ଦା ପାଲଟିଛି। ଟିକା ଦେଉଥିବା ଜିତେନ୍ଦ୍ରଙ୍କର ଏକ ଭିଡିଓ କରି ଜଣେ ଅଭିଭାବକ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜିତେନ୍ଦ୍ର କହୁଛନ୍ତି କି ସେ ଗୋଟାଏ ସିରିଞ୍ଜରେ ୩୦ ଜଣଙ୍କୁ ଟିକା ଦେଇ ସାରିଲେଣି। ତାଙ୍କ ନିକଟରେ ସେଇ ଗୋଟାଏ ସିରିଞ୍ଜ୍‌ ହିଁ ଅଛି।

ଘଟଣାଟି ହେଉଛି ସାଗର ଜିଲ୍ଲାର। ସାଗର ଜିଲ୍ଲାର ପ୍ରଶାସକ ଜିତେନ୍ଦ୍ରଙ୍କ ନାମରେ ଏକ ମାମଲା ରୁଜୁ କରିଛନ୍ତି। ଏ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ସଂପୃକ୍ତି ଥିବା ଅନ୍ୟ ସମସ୍ତଙ୍କ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe