Jagran English
କୋଲକାତା: ଭିନ୍ନ ଧର୍ମରେ ବିବାହ କରିଥିବାରୁ ନବବିବାହିତଙ୍କୁ ଗ୍ରାମବାସୀ ବଳପୂର୍ବକ ଘରୁ ତଡ଼ିଦେଲେ। ସେମାନେ ପୁଲିସ ନିକଟରେ ଅଭିଯୋଗ କଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ବାଧ୍ୟହୋଇ ସେମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏନେଇ ଚିଠି ଲେଖି ନିରାପଦରେ ସେମାନେ ଗୃହକୁ ଫେରିବା ପାଇଁ ଅନୁରୋଧ କରିଛନ୍ତି। ଘଟଣାଟି ବୀରଭୂମ ଜିଲ୍ଲାର। ଭିନ୍ନ ଧର୍ମର ଦୁଇ ଯୁବକ ଯୁବତୀ ପ୍ରେମ କରୁଥିଲେ। ଝିଅଟି ନିଜର ଧର୍ମ ପରିବର୍ତ୍ତନ କରିବା ପରେ ଜୁନ୍ ୨୫ ତାରିଖରେ ସେମାନେ ବିବାହ କଲେ।
ଏହାପରେ ଯୁବତୀଙ୍କ ପରିବାର ଲୋକେ କିଛି ଗ୍ରାମବାସୀଙ୍କ ସହ ଯୁବକଙ୍କ ଘର ଭିତରେ ପଶି ଭଙ୍ଗାରୁଜା କରିଥିଲେ। ଏପରିକି ସେମାନେ ଯୁବକଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେଣୁ ଜୀବନ ପ୍ରତି ବିପଦ ଥିବାରୁ ଯୁବକ ନବବିବାହିତା ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ସହ ଘର ଛାଡ଼ି ପଳାଇଥିଲେ। ହେଲେ ସେମାନଙ୍କୁ ଘରକୁ ଫେରିବା ପାଇଁ ଗ୍ରାମବାସୀ ବାଧା ଦେଉଛନ୍ତି। ସେମାନେ ଥାନାରେ ଅଭିଯୋଗ କଲେ, ହେଲେ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ତେଣୁ ବାଧ୍ୟହୋଇ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଚିଠି ଲେଖି ସେମାନେ ଅନୁରୋଧ କରିଛନ୍ତି।
Follow Us