ନୂଆଦିଲ୍ଳୀ: ନ୍ୟାୟପାଳିକା ଓ ରାୟ ଦୃଷ୍ଟିକୋଣରୁ ୨୦୧୮ ମସିହା ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ। ଏହି ବର୍ଷ ସୁପ୍ରିମ୍କୋର୍ଟ ଏମିତି ଅନେକ ଐତିହାସିକ ରାୟ .ଦେଇଛନ୍ତି ଯାହାକି ପୂରା ଦେଶବାସୀଙ୍କ ପାଇଁ ଖୁବ୍ ଲାଭପ୍ରଦ ପ୍ରମାଣିତ ହୋଇଛି। ସୁପ୍ରିମ୍କୋର୍ଟର ବିଦାୟୀ ମୁଖ୍ୟବିଚାରପତି ଦୀପକ ମିଶ୍ର ଅବସର ନେବା ପୂର୍ବରୁ ୨୦୧୮ ମସିହାରେ ଏହି ସବୁ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ନେଇଛନ୍ତି।
/sambad/media/post_attachments/wp-content/uploads/2018/12/INDIA-LGBT-300x205.jpg)
ଧାରା ୩୭୭ (ସମଲୀଙ୍ଗୀ) ଶୁଣାଣି: ଚଳିତବର୍ଷ ସେପ୍ଟେମ୍ବର ୬ ତାରିଖରେ ସୁପ୍ରିମ୍କୋର୍ଟ ସମଲୀଙ୍ଗୀଙ୍କ ସପକ୍ଷରେ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ବିଟ୍ରିସ୍ ଅମଳରୁ ଚାଲି ଆସୁଥିବା ଭାରତୀୟ ପିଙ୍ଗଳ କୋଡର ଧାରା ୩୭୭ ଅନୁଯାୟୀ, ଅଣପ୍ରାକୃତିକ ସଂପର୍କକୁ ଅପରାଧ ମନାଯାଉଥିଲା। ମାତ୍ର ଚଳିତବର୍ଷ ସୁପ୍ରିମ୍କୋର୍ଟ ସମଲୀଙ୍ଗୀ ସଂପର୍କକୁ ସବୁଜ ସଂକେତ ଦେଇ ୩୭୭କୁ ରଦ୍ଦ କରି ଦେଇଛନ୍ତି। ହେଲେ ପୂର୍ବ ପରି ପଶୁମାନଙ୍କ ସହ ଯୌନଚାରକୁ ଏବେ ବି ଅପରାଧ ମନାଯାଉଛି। ଏହି ମାମଲା ୨୦୦୧ ମସିହାରେ ପ୍ରଥମେ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦାୟର ହୋଇଥିଲା। ୨୦୧୮ ମସିହାରେ ହିଁ ଧାରା ୩୭୭କୁ ଅସମ୍ବିଧାନ ଘୋଷଣା କରାଯାଇଛି। ଏହି ରାୟ ଲେସ୍ବିୟାନ୍, ଗେ, ବାଇସେକ୍ସୁଆଲ୍ ଓ କିନ୍ନରମାନଙ୍କ ପାଇଁ ବଡ଼ ବିଜୟ ଆଣିଛି।
/sambad/media/post_attachments/wp-content/uploads/2018/12/26_09_2018-aadhar_18468697-300x169.jpg)
ଆଧାରକାର୍ଡ ଶୁଣାଣି: ମୋବାଇଲ୍, ଫୋନ୍ ନମ୍ବର, ପେଟିଏମ୍, ବ୍ୟାଙ୍କ୍ ଆଉଣ୍ଟ୍ଗୁଡ଼ିକରେ ଆଧାରକାର୍ଡ ସଂଯୋଗ କରିବା ବାଧ୍ୟତାମୂଳକ କି ନୁହେଁ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବା ବେଳେ ଚଳିତବର୍ଷ ସେପ୍ଟେମ୍ବରରେ ଏ ନେଇ ସୁପ୍ରିମ୍କୋର୍ଟ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ଦେଇଥିଲେ। ଆଧାରକାର୍ଡ ସାମ୍ବିଧାନିକ ହେଲେ ମଧ୍ୟ ଏହା ବ୍ୟାଙ୍କ୍, ବେସରକାରୀ କମ୍ପାନି, ଶିକ୍ଷାନୁଷ୍ଠାନଗୁଡ଼ିକରେ ବାଧ୍ୟତାମୂଳକ ନୁହେଁ। ମାତ୍ର ପ୍ୟାନ୍ ଓ ଆୟକର ରିଟର୍ଣ୍ଣ ସକାଶେ ଆଧାର ଜରୁରି।
/sambad/media/post_attachments/wp-content/uploads/2018/12/18tvpt-rush1-300x212.jpg)
ସାବରିମାଲା ମନ୍ଦିର ଶୁଣାଣି: ଏ ବର୍ଷର ସୁପ୍ରିମ୍କୋର୍ଟ ଦେଇଥିବା ସବୁଠାରୁ ବଡ଼ ଓ ଐତିହାସିକ ରାୟ ହେଉଛି ସାବରିମାଲା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ନେଇ ରାୟ। କେରଳର ଆୟାପ୍ପା ଭଗବାନଙ୍କ ମନ୍ଦିର ସାବରିମାଳା ଭିତରକୁ ମାସିକଧର୍ମ ବୟସ ୧୦ରୁ ୫୦ ବର୍ଷ ମଧ୍ୟରେ ମହିଳାମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ପରମ୍ପରା ରହିଥିଲା। ତାହାକୁ ସୁପ୍ରିମ୍କୋର୍ଟ ସେପ୍ଟେମ୍ବର ୨୮ ତାରିଖରେ ଅସମ୍ବିଧାନିକ ଘୋଷଣା କରି ସବୁ ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରିଛନ୍ତି।
/sambad/media/post_attachments/wp-content/uploads/2018/12/images-50.jpg)
ଧାରା ୪୯୭ (ବ୍ୟଭିଚାର) ଶୁଣାଣି: ଚଳିତବର୍ଷ ସେପ୍ଟେମ୍ବରରେ ମହିଳାମାନଙ୍କ ସପକ୍ଷରେ ସୁପ୍ରିମ୍କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଧାରା ୪୯୭କୁ ଅବୈଧ ଘୋଷଣା କରାଯାଇଛି। ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପରି ଦୀପକ ମିଶ୍ର ଶୁଣାଣି କରି କହିଛନ୍ତି ଯେ ପତି ପତ୍ନୀଙ୍କ ମାଲିକ ନୁହଁନ୍ତି। ବ୍ୟଭିଚାର କୌଣସି ଅପରାଧ ନୁହେଁ। ବିବାହିତା ମହିଳାମାନେ ପରକୀୟା ପ୍ରୀତି ରଖିବା କୌଣସି ଅପରାଧ ନୁହେଁ ବୋଲି ସେ କହିଛନ୍ତି।
Follow Us