India Today
ନୂଆଦିଲ୍ଲୀ : ଫେସବୁକ୍ ଇଣ୍ଡିଆ ପଲିସି ମୁଖ୍ୟ ଅଂକ୍ଷୀ ଦାସ ଆଜି ତଥ୍ୟ ସୁରକ୍ଷା ପ୍ରସଙ୍ଗରେ ଏକ ସଂସଦୀୟ କମିଟି ଆଗରେ ହାଜର ହୋଇଛନ୍ତି। ତାଙ୍କୁ ଆଜି କମିଟି ପକ୍ଷରୁ ୨ ଘଣ୍ଟା ଜେରା କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନାନୁଯାୟୀ ଆଜିର ବୈଠକରେ ଫେସବୁକ୍ ଇଣ୍ଡିଆର ପ୍ରତିନିଧିମାନଙ୍କୁ କିଛି ଜଟିଳ ପ୍ରଶ୍ନ କରାଯାଇଛି। ଭାରତରେ ୩୦୦ ନିୟୁତ ୟୁଜର ଥିବା ଫେସବୁକ୍ କେତେ ରାଜସ୍ବ ପାଉଛି ଏବଂ ଏହା ତଥ୍ୟ ସୁରକ୍ଷା ଦିଗରେ କେତେ ଖର୍ଚ୍ଚ କରୁଛି ସେନେଇ ପ୍ରଶ୍ନ କରାଯାଇଛି। ଉଲ୍ଲେଖଯୋଗ୍ୟ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ୨୦୧୯କୁ ନେଇ ବିରୋଧୀ ଦଳମାନେ ଚିନ୍ତା ପ୍ରକଟ କରିବାପରେ ଯୁଗ୍ମ ସଂସଦୀୟ କମିଟି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଫେସବୁକ୍, ଟ୍ବିଟର ଏବଂ ଆମାଜନ୍କୁ ଡାକିଥିଲେ।
Follow Us