ରେଳଧାରଣାରୁ ମିଳିଲା ସବ ଇନ୍ସପେକଟରଙ୍କ ମୁଣ୍ଡକଟା ଶରୀର

ରେଳଧାରଣରୁ ମିଳିଲା ଉତ୍ତରପ୍ରଦେଶର ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ୩୬ବର୍ଷୀୟ ସବଇନ୍ସପେକ୍ଟର ଧ୍ୟାନ ସିଂହ ଯାଦବଙ୍କ ମୃତଦେହ। ପ୍ରାରମ୍ଭିକ ଯାଞ୍ଚରୁ ସୂଚନା ମିଳିଛି କି, ଏସଆଇଙ୍କ ମୃତ୍ୟୁ ଟ୍ରେନ ଧକ୍କା ହେତୁ ହୋଇଛି।

ବପ


ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ରେଳ ଧାରଣାରୁ ଜଣେ ସବ ଇନ୍ସପେକଟରଙ୍କ ମୃତଦେହ ମିଳିଛି। ମୃତ ଏସଆଇଙ୍କ ନାମ ଧ୍ୟାନ ସିଂହ ଯାଦବ।

ପ୍ରକାଶିତ ରିପୋର୍ଟ ମୁତାବକ, ୩୬ବର୍ଷୀୟ ସବଇନ୍ସପେକ୍ଟର ଧ୍ୟାନ ସିଂହ ଯାଦବ ଉତ୍ତରପ୍ରଦେଶର ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସ୍ତ୍ରୀ ବି କନଷ୍ଟେବଳ ଭାବେ ଉକ୍ତ ପୁଲିସ ମୁଖ୍ୟାଳୟରେ କାମ କରନ୍ତି। ଯାଦବ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୌରେ ଏକ ଭଡ଼ା ଘର ନେଇ ରହୁଥିଲେ। 

କିଛିଦିନ ହେବ ଯାଦବଙ୍କ ଜାଲୌନ ଜିଲ୍ଲାକୁ ବଦଳି ହୋଇଯାଇଥିଲା। ସେ ଜାଲୌନ ଯିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ଏଭଳି ସମୟରେ ସୁଶାନ୍ତ ଗୋଲଫ ସିଟିର ବକ୍କାସ ରେଳ ଧାରଣାରେ ଧ୍ୟାନ ସିଂହ ଯାଦବଙ୍କ ମୃତଶରୀର ତାହା ପୁଣି ମୁଣ୍ଡ କଟା ଅବସ୍ଥା ମିଳିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଏହି ଦୁଃଖଦ ଘଟଣାକୁ ଧ୍ୟାନ ସିଂହ ଯାଦବଙ୍କ ବନ୍ଧୁ ଓ ପରିବାର କେହି ବିଶ୍ବାସ କରି ପାରୁ ନାହାନ୍ତି। 

ଏହି ଘଟଣାର ପ୍ରାରମ୍ଭିକ ଯାଞ୍ଚରୁ ସୂଚନା ମିଳିଛି କି, ଏସଆଇଙ୍କ ମୃତ୍ୟୁ ଟ୍ରେନ ଧକ୍କା ହେତୁ ହୋଇଛି। ପୁଲିସ ଯାଦବଙ୍କ ସ୍ତ୍ରୀ ଓ ପରିବାରଲୋକଙ୍କ ବୟାନକୁ ରେକର୍ଡ କରି ସେହି ଆଧାରରେ ଯାଞ୍ଚ କରୁଛି। ଯାଦବଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ଆଗାମୀ ଯାଞ୍ଚ ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe