ଡେରାଡୁନରେ ମର୍ମନ୍ତୁଦ ଦୁର୍ଘଟଣା, ଶରୀରରୁ ଅଲଗା ହୋଇଗଲା ଅଙ୍ଗ

ଏହି ସପ୍ତାହ ଆରମ୍ଭରୁ ଉତ୍ତରାଖଣ୍ଡର ଡେରାଡୁନରେ ଏକ ଛାତିଥରା ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ପାର୍ଟୀରୁ ୭ଜଣ ସାଙ୍ଗ ଫେରୁଥିବା ବେଳେ କାରଟି ଏକ ଟ୍ରକ‌ରେ ପିଟି ହୋଇଥିଲା। ଏହା ଦ୍ବାରା ୬ଜଣକ ମୃତ୍ୟୁ ହୋଇଥିଲା।

00

ଡେରାଡୁନ: ଏହି ସପ୍ତାହ ଆରମ୍ଭରୁ ଉତ୍ତରାଖଣ୍ଡର ଡେରାଡୁନରେ ଏକ ଛାତିଥରା ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ପାର୍ଟୀରୁ ୭ଜଣ ସାଙ୍ଗ ଫେରୁଥିବା ବେଳେ କାରଟି ଏକ ଟ୍ରକ‌ରେ ପିଟି ହୋଇଥିଲା। ଏହା ଦ୍ବାରା ୬ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାଯାଇଛି। ନଭେମ୍ବର ୧୨ରେ ଏହି ଘଟଣା ଘଟିଥିବା ବେଳେ ଏବେ ଏହାର ସମ୍ପୂର୍ଣ୍ଣ ବିବରଣୀ ସାମ୍ନାକୁ ଆସିଛି।

ସୂଚନା ମୁତାବକ, ଘଟଣାଟି ଓଏନଜିସି ଛକରେ ରାତି ୧ଟା ୩୦ମିନିଟରେ ଘଟିଥିଲା। କାରର ବେଗ ଅଧିକ ଥିବାରୁ ଗାଡ଼ି ଚଳାଉଥିବା ଯୁବକ ନିୟନ୍ତ୍ରଣ ହରାଇଥିଲେ। ଏହାଦ୍ବାରା ​ କାରଟି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବାରୁ ଭିତରେ ଥିବା ୭ଜଣ ସାଙ୍ଗ ବାହାରକୁ ଛିଟିକି ପଡ଼ିଥିଲେ। କୁହାଯାଉଛି ଯେ, କାରର ବେଗ ଏତେ ଅଧିକ ଥିଲା ଯେ, ଦୁର୍ଘଟଣା ପରେ ଟୟୋଟାର ଛାତ ଉଡ଼ିଯାଇଥିଲା। ଏହା ସହ ଭିତରେ ଥିବା ୨ଜଣକର ମୁଣ୍ଡ ଶରୀରରୁ ଅଲଗା ହୋଇଯାଇଥିଲା। ଅନ୍ୟଜଣକ ଶରୀର କାର୍ ଭିତରେ ଚାପି ହୋଇଯାଇଥିବା ବେଳେ ୭ଜଣକ ଶରୀରର ବିଭିନ୍ନ ଅଙ୍ଗ ରାସ୍ତାରେ ବିଛାଡ଼ି ହୋଇ ପଡ଼ିଥିଲା।

ସାମ୍ନାକୁ ଆସିଛି ଯେ, ୭ଜଣ ଏକାଠି ପାର୍ଟି କରି ମଦ ପିଇବା ସହ ବାହାରକୁ ବୁଲିବାକୁ ବାହାରିଥିଲେ। କାର୍ ଭିତରେ ଥିବା ପୀଡ଼ିତମାନେ ହେଲେ କୁନାଲ କୁକ୍ରେଜା (୨୩), ଅତୁଲ ଅଗ୍ରୱାଲ (୨୪), ଋଷଭ ଜୈନ (୨୪), ନବ୍ୟା ଗୋଏଲ (୨୩), କାମାକ୍ଷୀ (୨୦),  ସିଦ୍ଧେଶ ଅଗ୍ରୱାଲ (୨୫) ଏବଂ ଗୁନେଟ (୧୯)। ସିଦ୍ଧେଶ ଡେରାଡୁନର ବାସିନ୍ଦା ହୋଇଥିବା ବେଳେ ସେ ହିଁ ପାର୍ଟିର ଆୟୋଜନ କରି ନିଜ ସାଙ୍ଗମାନଙ୍କୁ ଡାକିଥିଲେ। ଅନ୍ୟମାନଙ୍କର ମୃତ୍ୟୁ ହୋଇଥିବା ବେଳେ ସିଦ୍ଧେଶ ଏବେ ଗୁରୁତର ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe