ସଂସଦରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ: ନୂଆ ପ୍ରଜାତି ଏବେ ଚ୍ୟାଲେଂଜ

ସଂସଦରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ: ନୂଆ ପ୍ରଜାତି ଏବେ ଚ୍ୟାଲେଂଜ

ନୂଆଦିଲ୍ଲୀ: ଲୋକସଭାରେ ଭାରତ-ଚୀନ୍‌ ସୀମା ବିବାଦ ନେଇ ବିରୋଧୀ ଦଳମାନେ ଆଜି ମଧ୍ୟ ପ୍ରବଳ ହଟ୍ଟଗୋଳ କରିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦେଶରେ କରୋନା ସ୍ଥିତି ନେଇ ବୟାନ ରଖିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ କରୋନାର ନୂଆ ପ୍ରଜାତି ବିଏଫ୍‌.୭ ଏବେ ଚ୍ୟାଲେଂଜ ବଢ଼ାଇଛି ଏବଂ ଏଥିପାଇଁ ସବୁସ୍ତରରେ ସତର୍କତା ପଦକ୍ଷେପ ପାଳନ କରାଯିବା ଜରୁରୀ। ବର୍ଷକ ମଧ୍ୟରେ ଭାରତରେ କରୋନା ସଂକ୍ରମଣ ଲଗାତାର କମିଛି ଏବଂ ଦୈନିକ ସଂକ୍ରମଣ ଏବେ ୧୫୦ ଭିତରେ ସୀମିତ ରହିଛି। ତେବେ ପୂରା ବିଶ୍ବରେ ପ୍ରତିଦିନ ୫.୮୭ ଲକ୍ଷ ମାମଲା ସାମ୍ନାକୁ ଆସୁଛି। ଜାପାନ, ଦକ୍ଷିଣ କୋରିଆ, ଆମେରିକା, ଫ୍ରାନ୍ସ ଆଦି ଦେଶରେ କୋଭିଡ ମୃତ୍ୟୁ ସଂଖ୍ୟା ବଢ଼ିଛି ଏବଂ ଚୀନ୍‌ ସ୍ଥିତି ଅତି ସାଂଘାତିକ ରହିଛି।

ଭାରତରେ କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସମସ୍ତ ସହାୟତା କରିଛନ୍ତି ଏବଂ ୨୨୦ କୋଟି କୋଭିଡ ଡୋଜ୍‌ ପ୍ରଦାନ କରାଯାଇଛି । ଦେଶର ୯୦ ପ୍ରତିଶତ ଜନସଂଖ୍ୟା ଉଭୟ ଟିକା ନେଇଥିବା ବେଳେ ୨୫ ପ୍ରତିଶତରୁ ଅଧିକ ଲୋକ ବୁଷ୍ଟର ଡୋଜ୍‌ ନେଇଛନ୍ତି। ଏବେ ନୂଆ ପ୍ରଜାତିର ମୁକାବିଲା ପାଇଁ ରାଜ୍ୟମାନେ ସତର୍କତା ଅବଲମ୍ବନ କରିବା ସହ ମାସ୍କ, ସାନିଟାଇଜର ବ୍ୟବହାର ନେଇ ସଚେତନତା ସୃଷ୍ଟି କରିବାକୁ ହେବ। ରାଜ୍ୟମାନେ ବୁଷ୍ଟର ଡୋଜ ବଢ଼ାଇବା ପାଇଁ ଉଦ୍ୟମ କରିବା ସହ ନମୁନା ଯାଞ୍ଚ ଉପରେ ମଧ୍ୟ ଫୋକସ କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସଂସଦରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe