କରୋନା କାଳରେ ଅକ୍ସିଜେନ ଅଭାବ ହେତୁ ଜଣେ ବି ରୋଗୀଙ୍କ ମୃତ୍ୟୁ ହୋଇନାହିଁ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବୟାନ

Advertisment
କରୋନା କାଳରେ ଅକ୍ସିଜେନ ଅଭାବ ହେତୁ ଜଣେ ବି ରୋଗୀଙ୍କ ମୃତ୍ୟୁ ହୋଇନାହିଁ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବୟାନ

ନୂଆଦିଲ୍ଲୀ: କରୋନା କାଳରେ ଅକ୍ସିଜେନ ଅଭାବ ହେତୁ ଅନେକ‌ ଲୋକଙ୍କ ଜୀବନ ଚାଲି ଯାଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ରାଜ୍ୟସଭାରେ କରୋନା କାଳରେ ଅକ୍ସିଜେନ ଅଭାବ ହେତୁ ଜଣେ ବି ରୋଗୀଙ୍କ ମୃତ୍ୟୁ ହୋଇ ନଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି କି ସ୍ବାସ୍ଥ୍ୟ ରାଜ୍ୟ ସରକାରଙ୍କ ବିଷୟ। ବିସ୍ତୃତ ନିୟମାବଳୀ ଅନୁଯାୟୀ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିୟମିତ ପ୍ରଦାନ କରିଥାଆନ୍ତି। ତେବେ ଏଯାବତ ରାଜ୍ୟ ସରକାର ବା କେନ୍ଦ୍ର ଶାସିତ ଅଞ୍ଚଳ ଅକ୍ସିଜେନ କମ ହେତୁ କୌଣସି ରୋଗୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe