ଦୁଇଦିନରେ ଟିକା ନେଲେ ୨ ଲକ୍ଷ ୨୪ ହଜାର ଲୋକ, ୪୪୭ ଜଣଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ଟିକା ନେବାକୁ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି, ପୁଲିସ ମୁତୟନ ପରେ ହେଲା ଟିକାକରଣ

ନୂଆଦିଲ୍ଲୀ : ଗତକାଲିଠାରୁ ଆରମ୍ଭ ହୋଇଥିବା କରୋନା ଟୀକାକରଣ କାର୍ଯ୍ୟକ୍ରମ ଆଜି ମଧ୍ୟ ଜାରି ରହିଥିଲା । ତେବେ ଆଜି କେବଳ ୬ଟି ରାଜ୍ୟରେ ଟୀକାକରଣ ହୋଇଥିଲା । ଆସନ୍ତା କାଲିଠାରୁ ସମସ୍ତ  ରାଜ୍ୟରେ ପୁଣି ଥରେ ସ୍ବାଭାବିକଭାବେ ଟୀକାକରଣ ଆରମ୍ଭ ହେବ ।

ଏ ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଆଜି ପ୍ରାୟ ୧୭୦୭୨ ଜଣ ଟିକା ନେଇଥିଲେ । ଗତ କାଲି ଓ ଆଜିକୁ ମିଶାଇ ଦେଶରେ ମୋଟ ୪୪୭ ଜଣଙ୍କ ଶରୀରରେ ସାମାନ୍ୟ ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥିଲା । ପାର୍ଶ୍ବପ୍ରତିକ୍ରିୟା ମଧ୍ୟରେ ରହିଛି ସାମାନ୍ୟ ଜ୍ବର ଓ ମୁଣ୍ଡବିନ୍ଧା ଆଦି । ସେମାନଙ୍କ ମଧ୍ୟରୁ ମାତ୍ର  ୩ଜଣଙ୍କ ଅବସ୍ଥା ଗୁରୁତର ହେବାକୁ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଇତି ମଧ୍ୟରେ ସୁସ୍ଥ ଅନୁଭବ କରିବାକୁ ହସପିଟାଲରୁ ଛାଡ଼ ପାଇଛନ୍ତି । ଆଉ ଜଣେ ଏମ୍ସ ଋଷିକେଶରେ ଭର୍ତ୍ତି ଅଛନ୍ତି ଓ ଏବେ ସେ ସୁସ୍ଥ ଅଛନ୍ତି । ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ।

ଟୀକାକରଣର ପ୍ରଥମ ଦିନରେ ପ୍ରାୟ ୨ ଲକ୍ଷ ୭ ହଜାର ୨୨୯ ଜଣ ଟିକା ନେଇଥିଲେ । କାଲି ଓ ଆଜିକୁ ମିଶାଇ ସାରା ଦେଶରେ ମୋଟ ୨ ଲକ୍ଷ ୨୪ ହଜାର ୩୦୧ ଜଣ ଟିକା ନେଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗ୍ରଓ୍ବାଲ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe