ତୃତୀୟ ଲହରରେ ଛୋଟ ଶିଶୁ ସର୍ବାଧିକ କରୋନା ସଂକ୍ରମିତ ହେବା ନେଇ କୌଣସି ତଥ୍ୟ ନାହିଁ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Advertisment
ତୃତୀୟ ଲହରରେ ଛୋଟ ଶିଶୁ ସର୍ବାଧିକ କରୋନା ସଂକ୍ରମିତ ହେବା ନେଇ କୌଣସି ତଥ୍ୟ ନାହିଁ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ତୃତୀୟ ଲହରରେ ଛୋଟ ଶିଶୁ ସର୍ବାଧିକ କରୋନା ସଂକ୍ରମିତ ହେବା ନେଇ କୌଣସି ତଥ୍ୟ ନାହିଁ | ତେଣୁ ଏନେଇ ଲୋକଙ୍କୁ ଭୟଭୀତ ହେବାରେ ଆବଶ୍ୟକତା ନାହିଁ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି | ତୃତୀୟ ଲହରରେ ପିଲାମାନେ ସର୍ବାଧିକ କରୋନା ସଂକ୍ରମିତ ହେବା ନେଇ କୌଣସି ତଥ୍ୟ ନଥିବା କହିଛି ଶିଶୁରୋଗ ସଂଘ | ତେଣୁ ଲୋକମାନେ ଭୟ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ |

ଏହା ସହ ମ୍ୟୁକରମାଇକୋସିସକୁ ନେଇ ସେ କହିଛନ୍ତି ଯେ, କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିମାନେ ମ୍ୟୁକରମାଇକୋସିସ୍, କ୍ୟାଣ୍ଡିଡା ଏବଂ ଆସପୋରୋଜେନସ୍ ସଂକ୍ରମଣରେ ସଂକ୍ରମିତ ହୁଅନ୍ତି | ଏହି ଫଙ୍ଗସଗୁଡ଼ିକ ମୁଖ୍ୟତଃ ସାଇନସ୍, ନାକ, ଆଖି ଚାରି ପାଖରେ ଥିବା ହାଡରେ ମିଳିଥାଏ ଏବଂ ମସ୍ତିଷ୍କରେ ପ୍ରବେଶ କରିପାରେ | ବେଳେବେଳେ ଫୁସଫୁସରେ କିମ୍ବା ପାକସ୍ଥଳୀରେ ମଧ୍ୟ ଏହା ଦେଖାଯାଏ | ବିଭିନ୍ନ କ୍ଷେତ୍ରରେ ବିକଶିତ ହେଲେ ଫଙ୍ଗସର ରଙ୍ଗ ଭିନ୍ନ ଭାବରେ ଦେଖାଯାଏ | ଫଙ୍ଗଲ୍ ସଂକ୍ରମଣ ଏକ ସଂକ୍ରାମକ ରୋଗ ନୁହେଁ, କିନ୍ତୁ ସଠିକ ସମୟରେ ଏହାର ଚିକିତ୍ସା ଜରୁରୀ ବୋଲି କହିଛନ୍ତି ଡାକ୍ତର ରଣଦୀପ ଗୁଲେରିଆ |

Common people have to wait till 2022 to get COVID-19 vaccine: AIIMS Director Dr Randeep Guleria DNA India

ଏହା ସହ ଦେଶରେ ବର୍ତ୍ତମାନ ୪୫ ବର୍ଷରୁ ଅଧିକ ଲୋକଙ୍କୁ ସମୁଦାୟ ୧୪.୫୬ କୋଟି (ପ୍ରଥମ ଏବଂ ଦ୍ୱିତୀୟ ଡୋଜ) ଟିକା ଦିଆଯାଇଥିବା ବେଳେ ୧.୦୬ କୋଟି ଟିକା (ପ୍ରଥମ ଡୋଜ୍) ୧୮ ଏବଂ ୪୪ ବର୍ଷ ବୟସର ଲୋକଙ୍କୁ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe