ଭାରତରେ ଚିକିତ୍ସା ଖର୍ଚ୍ଚ ଚିନ୍ତା ବଢ଼ାଇଲାଣି: ବର୍ଷକୁ ୧୪% ବଢ଼ୁଛି

Advertisment

ଭାରତରେ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବଢ଼ିବାରେ ଲାଗିଛି। ବାର୍ଷିକ ଖର୍ଚ୍ଚ ୧୪ ପ୍ରତିଶତ ହାରରେ ବଢ଼ୁଛି ବୋଲି ଏକୋ ଇଣ୍ଡିଆ ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଇଣ୍ଡେକ୍ସ ୨୦୨୪ରୁ ଜଣାଯାଇଛି।

ଭାରତରେ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବଢ଼ିବାରେ ଲାଗିଛି। ବାର୍ଷିକ ଖର୍ଚ୍ଚ ୧୪ ପ୍ରତିଶତ ହାରରେ ବଢ଼ୁଛି ବୋଲି ଏକୋ ଇଣ୍ଡିଆ ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଇଣ୍ଡେକ୍ସ ୨୦୨୪ରୁ ଜଣାଯାଇଛି।

health service

ନୂଆଦିଲ୍ଲୀ: ଭାରତରେ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବଢ଼ିବାରେ ଲାଗିଛି। ବାର୍ଷିକ ଖର୍ଚ୍ଚ ୧୪ ପ୍ରତିଶତ ହାରରେ ବଢ଼ୁଛି ବୋଲି ଏକୋ ଇଣ୍ଡିଆ ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଇଣ୍ଡେକ୍ସ ୨୦୨୪ରୁ ଜଣାଯାଇଛି। ଉକ୍ତ ସୂଚୀରେ ଏହା ମଧ୍ୟ କୁହାଯାଇଛି ଭାରତରେ ଲୋକମାନେ ସେମାନଙ୍କ ଚିକିତ୍ସା ଖର୍ଚ୍ଚର ୨୩ ପ୍ରତିଶତ ଅର୍ଥ ଉଧାର ଜରିଆରେ ବହନ କରୁଛନ୍ତି। ଏହାଦ୍ବାରା ପରିବାରଗୁଡ଼ିକର ଆର୍ଥିକ ବୋଝ ବଢ଼ିଯାଉଛି। କେବଳ ସେତିକି ନୁହେଁ ୬୨ ପ୍ରତିଶତ ଚିକିତ୍ସା ଖର୍ଚ୍ଚ ଲୋକମାନେ ସେମାନଙ୍କ ପକେଟରୁ ବା ନିଜ ହାତରୁ କରୁଛନ୍ତି। ଅପ୍ରତ୍ୟାଶିତ ସ୍ବାସ୍ଥ୍ୟ ସଂକଟରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଲୋକଙ୍କ ସ୍ବାସ୍ଥ୍ୟ ବୀମା ବ୍ୟବସ୍ଥାରେ ଉନ୍ନତି ଆଣିବା ଆବଶ୍ୟକ ବୋଲି ଏଥିରେ ମତ ଦିଆଯାଇଛି।

ରିପୋର୍ଟରୁ ଏହା ଜଣାଯାଇଛି ଯେ ଦିଲ୍ଲୀରେ ସର୍ବାଧିକ ସ୍ବାସ୍ଥ୍ୟବୀମା ବାବଦ ଦାବି କିଡ୍‌ନି ରୋଗର ଚିକିତ୍ସା ପାଇଁ ପ୍ରଦାନ କରାଯାଉଛି। ତେଣୁ ଦିଲ୍ଲୀକୁ ଭାରତର କିଡ୍‌ନି ରୋଗର ରାଜଧାନୀ କୁହାଯାଇଛି। ଏହା ପଛକୁ କୋଚି, ସିକନ୍ଦରାବାଦ, ବେଙ୍ଗାଲୁରୁ ଓ ଜୟପୁର ରହିଛି। କିଡ୍‌ନି ରୋଗୀଙ୍କ ସ୍ବାସ୍ଥ୍ୟ ବୀମା ବାବଦ ଦାବି ଏସବୁ ସ୍ଥାନରେ ଜାତୀୟ ହାର ତୁଳନାରେ ଅଧିକ ରହିଛି। କିଡ୍‌ନିଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ହାରାହାରି ବୟସ ୪୭ ବର୍ଷ। କିଡ୍‌ନିଜନିତ ସମସ୍ୟା ପାଇଁ ସର୍ବାଧିକ ୨୪ ଲକ୍ଷ ୭୩ ହଜାର ୮୯୪ ଟଙ୍କାର ବିଲ୍ ଦାଖଲ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ହୃଦ୍‌ରୋଗଜନିତ ବୀମା ଦାବି କୋଲକାତା ଓ ମୁମ୍ବାଇରେ ସର୍ବାଧିକ ରହିଛି। ବିଶେଷକରି ୩୧ରୁ ୫୦ ବର୍ଷ ବୟସ ବର୍ଗରେ ଏହା ଅଧିକ ରହିଛି। ୨୦୨୦ରୁ ୨୦୨୫ ମଧ୍ୟରେ କର୍କଟ ରୋଗ ମାମଲା ୧୩ ପ୍ରତିଶତ ବୃଦ୍ଧି ନେଇ ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe