ସିଏଏ ପ୍ରସଙ୍ଗରେ ୨୩୨ ଆବେଦନର ଶୁଣାଣି ଆଜି

Advertisment
ସୁପ୍ରିମକୋର୍ଟରେ ଶିବଶଙ୍କରଙ୍କୁ ଆଶ୍ବସ୍ତି: ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ

ନୂଆଦିଲ୍ଲୀ : ସିଏଏ ( ନାଗରିକତା ସଂଶୋଧନ ଆଇନ) ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ୨୩୨ ଆବେଦନର ଶୁଣାଣି କରିବେ। ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଂଜ କରି ହୋଇଥିବା କିଛି ପିଟିସନ୍‌ ଏଥିରେ ଅନ୍ତର୍ଭୁକ୍ତ। ୯ ଦିନ ଦୀପାବଳି ଛୁଟି ପରେ ସୁପ୍ରିମକୋର୍ଟ ଆସନ୍ତାକାଲି ଖୋଲିବ। ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଏବଂ ଜଷ୍ଟିସ ଏସ ରବିନ୍ଦ୍ର ଭଟ, ବେଲା ଏମ୍‌ ତ୍ରିବେଦୀ ୨୩୨ ଆବେଦନର ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଏଥିମଧ୍ୟରୁ ଅଧିକାଂଶ ହେଉଛି ପିଆଇଏଲ।

ଉଲ୍ଲେଖଯୋଗ୍ୟ, ପ୍ରଧାନ ବିଚାରପି ୟୁୟୁ ଲଳିତ ପୂର୍ବରୁ କହିଥିଲେ ଯେ ସିଏଏକୁ ଚ୍ୟାଲେଂଜ କରି ହୋଇଥିବା ଆବେଦନକୁ ୩ ଜଣିଆ ଖଣ୍ଡପୀଠକୁ ପଠାଯିବ। ସିଏଏ ପ୍ରସଙ୍ଗରେ ମୁଖ୍ୟ ଆବେଦନ ଆଇୟୁଏମଏଲ ( ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍‌) ଦ୍ବାରା ହୋଇଥିଲା। ଜାନୁଆରି ୨୦୨୦ରେ ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଦେଇଥିଲେ ଯେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ କୋର୍ଟ ସିଏଏ ଉପରେ ରହିତାଦେଶ ଲଗାଇ ପାରିବେ ନାହିଁ। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଥିଲେ ଏବଂ ହାଇକୋର୍ଟ ଏହି ମାମଲାରେ ଶୁଣାଣି କରିବାପାଇଁ ବାରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe