କଂଗ୍ରେସର ନୋଟିସ ପରେ ରାଜସ୍ଥାନ ହାଇକୋର୍ଟର ଦ୍ବାରସ୍ଥ ହେଲେ ପାଇଲଟ; ଶୁଣାଣି ଆସନ୍ତାକାଲିକୁ ସ୍ଥଗିତ

Advertisment
କଂଗ୍ରେସର ନୋଟିସ ପରେ ରାଜସ୍ଥାନ ହାଇକୋର୍ଟର ଦ୍ବାରସ୍ଥ ହେଲେ ପାଇଲଟ; ଶୁଣାଣି ଆସନ୍ତାକାଲିକୁ ସ୍ଥଗିତ

India TV News

ନୂଆଦିଲ୍ଲୀ: ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟଙ୍କ ସମେତ ୧୯ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘଷୋଣା କରି ବିଧାନସଭା ବାଚସ୍ପତି ସି. ପି. ଯୋଶୀ ଜାରି କରିଥିବା ନୋଟିସକୁ ବିରୋଧ କରି ପାଇଲଟଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ରାଜସ୍ଥାନ ହାଇକୋର୍ଟ। ଏହି ୧୮ ଜଣ ବିଧାୟକ ସଚିନଙ୍କୁ ସମର୍ଥନ କରୁଥିଲେ। ଆଜି ଅପରାହ୍ଣ ୩ଟା ବେଳେ ରାଜସ୍ଥାନ ହାଇକୋର୍ଟରେ ଏହି ପିଟିସନ୍‌ର ଶୁଣାଣି ଆରମ୍ଭ ହେବାର କିଛି ସମୟ ପରେ ଏହାକୁ ସ୍ଥଗିତ ରଖାଯାଇଥିବା ଜଣା ପଡ଼ିଛି। ପାଇଲଟ କ୍ୟାମ୍ପ ଦାଏର କରିଥିବା ନିଜର ଆବେଦନକୁ ସଂଶୋଧନ କରିବାକୁ ସମୟ ମାଗିଥିବାରୁ ଶୁଣାଣିକୁ ସ୍ଥଗିତ ରଖାଯାଇଥିବା ଜଣା ପଡ଼ିଛି। ଅଯୋଗ୍ୟତା ନୋଟିସକୁ ଚ୍ୟାଲେଞ୍ଜ କରି ସଚିନ ପାଇଲଟଙ୍କ ଓକିଲ ହରିଶ ସାଲଭେ ଦାବି ଉପସ୍ଥାପନ କରିଥିଲେ। କିନ୍ତୁ ଆଜି ପାଇଁ ଏହାର ଶୁଣାଣିକୁ ସ୍ଥଗିତ ରଖାଯାଇଥିବା ବେଳେ ଆସନ୍ତାକାଲି ପୁଣି ଏହି ମାମଲାର ଶୁଣାଣି ହେବ।

Rajasthan Crisis LIVE Updates indiatoday

ସୂଚନା ମୁତାବକ, ଦଳ ବିରୋଧୀ କାର୍ଯ୍ୟକଳାପ କାରଣରୁ ତାଙ୍କୁ ବିଧାନସଭା ପାଇଁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଶାସକ କଂଗ୍ରେସ ଚାହୁଁଥିଲା। କଂଗ୍ରେସ ବିଧାୟକ ପାର୍ଟି ବୈଠକରେ ଯୋଗ ନ ଦେଇଥିବା କାରଣରୁ ବୁଧବାର ଦିନ ବାଚସ୍ପତି ଯୋଶୀ ପାଇଲଟ୍ ଏବଂ ଅନ୍ୟ ୧୮ଜଣ କଂଗ୍ରେସ ବିଧାୟକଙ୍କୁ ନୋଟିସ୍ ଜାରି କରିଥିଲେ। ରାଜସ୍ଥାନ କଂଗ୍ରେସ ୟୁନିଟ୍‌ ମଧ୍ୟରେ କ୍ଷମତା ଲଢ଼େଇ ଚାଲିଥିବା ବେଳେ ବିଜେପିରେ ଯୋଗ ଦେବେ ନାହିଁ ପାଇଲଟ୍ ସ୍ପଷ୍ଟ କରିଥିଲେ ମଧ୍ୟ କଂଗ୍ରେସ ଅଭିଯୋଗ କରୁଛି କି, ବିଜେପି ସହ ମିଶି ସେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛନ୍ତି।

ମଙ୍ଗଳବାର ଦିନ କଂଗ୍ରେସ ପାଇଲଟ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ପଦର ବହିଷ୍କାର କରିଥିଲା। ତାଙ୍କର ଦୁଇ ଜଣ ଅନୁଗତ ମନ୍ତ୍ରୀ ମଧ୍ୟ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe