ମୁକେଶ ଜୈନ ମାମଲାର ଶୁଣାଣି ୧୬କୁ ଘୁଞ୍ଚିଲା

Advertisment
ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ନିର୍ଦ୍ଦେଶ: ମୁକେଶ ଜୈନଙ୍କ ସବୁ ମାମଲା କଟକକୁ ସ୍ଥାନାନ୍ତର ହେବ

Sambad English

ନୂଆଦିଲ୍ଲୀ : ଦାରା ସେନାର ଜାତୀୟ ଅଧ୍ୟକ୍ଷ ମୁକେଶ ଜୈନଙ୍କ ବିରୋଧରେ ଦାୟର ୪ଟି ମାମଲାର ଏକତ୍ର ଶୁଣାଣି ପାଇଁ ଦାଖଲ ରିଟ୍‌ ପିଟିସନର ଶୁଣାଣିକୁ ଜୁଲାଇ ୧୬କୁ ଘୁଂଚାଇ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ମାମଲାର ଶୁଣାଣି ଆଜି ବିଚାରପତି ଏ.ଏମ୍‌. ଖାନୱିଲଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୌତମ ଦାଶ ମୁକେଶଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଦାଏର ୪ଟି ମାମଲାର ଏକତ୍ର ଶୁଣାଣି ପାଇଁ ଦୃଷ୍ଟି ଆକର୍ଷଣ କରିଥିବାବେଳେ ରାଜ୍ୟ ସରକାରଙ୍କ ଓକିଲ ଶିବାଶିଷ ମିଶ୍ର ଏହି ମାମଲାରେ ଜବାବ ଦାଖଲ ପାଇଁ ଗୋଟିଏ ସପ୍ତାହ ସମୟ ଲୋଡ଼ିଥିଲେ। ମ‌ାମଲା‌ର ପରବର୍ତ୍ତୀ ଶୁଣାଣି ପାଇଁ ଖଣ୍ଡପୀଠ ଜୁଲାଇ ୧୬କୁ ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୁରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଗତବର୍ଷ ଉପୁଜିଥିବା ସ୍ଥିତିକୁ ନେଇ ସୋସିଆଲ ମିଡିଆରେ ତତ୍କାଳୀନ ପ୍ରଧାନବିଚାରପତି ଏସ୍‌.ଏ. ବୋବଡ଼େଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମୁକେଶଙ୍କ ବିରୋଧରେ ୪ଟି ମାମଲା ଭିନ୍ନ ଭିନ୍ନ ସ୍ଥାନରେ ରୁଜୁ ହୋଇଥିଲା ଏବଂ ତାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe