ସୁପ୍ରିମକୋର୍ଟରେ ପରୀ ମାମଲାର ଶୁଣାଣି ୧୯ରେ

ମରାଠା ସଂପ୍ରଦାୟଙ୍କୁ ସଂରକ୍ଷଣ ବ୍ୟବସ୍ଥା ରାୟରେ ଓଡ଼ିଶାର ୨ଟି ପ୍ରସଙ୍ଗ ଉଲ୍ଲେଖ

Lokmat

ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖ ଦିନ ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ ପରୀ ମାମଲାର ଶୁଣାଣି ହେବ। ଏ ନେଇ ଆଜି ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାର ରାଜେଶ କୁମାର ଗୋଏଲଙ୍କ କୋର୍ଟରେ ତାରିଖ ଧାର୍ଯ୍ୟ କରାଯାଇଛି। ପରୀ ମାମଲାର ପରିଚଳନା କରୁଥିବା ଆଇନଜୀବୀ ସ୍ବାସ୍ତିକ ଦଳେଇ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ସୁପ୍ରିମକୋର୍ଟ ବିଚାରପତି ଏ.ଏମ୍‌. ଖାନ୍‌ୱିଲ୍‌କର୍‌ଙ୍କ ନେତୃତ୍ବରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ଗତ ଫେବ୍ରୁଆରି ୨୨ ତାରିଖରେ ରେଜିଷ୍ଟ୍ରାର୍‌ କୋର୍ଟ ଜବାବୀ ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଇଥିଲେ। ତଦନୁଯାୟୀ ରାଜ୍ୟ ସରକାର ଗତମାସ ୨୭ ତାରିଖରେ ୯୪ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ସିବିଆଇ ତଦନ୍ତର ଆବଶ୍ୟକତା ନ ଥିବା ଦର୍ଶାଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଦାଖଲ ରିଟ୍‌ ପିଟିସନକୁ ଭିତ୍ତିକରି ସୁପ୍ରିମକୋର୍ଟ ସିବିଆଇକୁ ମଧ୍ୟ ନୋଟିସ୍‌ ଜାରି କରିବା ସହ ଜବାବ ତଲବ କରିଥିଲେ। ମାତ୍ର, ସିବିଆଇ ପକ୍ଷରୁ କୌଣସି ସତ୍ୟପାଠ ଦାଖଲ କରାଯାଇନଥିବା ଜଣାପଡ଼ିଛି। ଆସନ୍ତା ୧୯ ତାରିଖ ଶୁଣାଣି ସମୟରେ ସିବିଆଇ ଜବାବ ଦାଖଲ କରିବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ପରୀଙ୍କ ମାଆ ସୌଦାମିନୀ ସାହୁ ସିବିଆଇକୁ ମାମଲା ହସ୍ତାନ୍ତର ଦାବି କରି ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe