ସାବରିମାଲା ବିବାଦ: ସୁପ୍ରିମ୍‌କୋର୍ଟରେ ଆରମ୍ଭ ହେଲା ସମୀକ୍ଷା ଯାଚିକା ଶୁଣାଣି

ସାବରିମାଲା ବିବାଦ: ସୁପ୍ରିମ୍‌କୋର୍ଟରେ ଆରମ୍ଭ ହେଲା ସମୀକ୍ଷା ଯାଚିକା ଶୁଣାଣି

ତିରୁବନନ୍ତପୁରମ୍‌: ପୂର୍ବରୁ ସାବରିମାଳା ମନ୍ଦିରରେ ପ୍ରବେଶ କରିବା ପାଇଁ ବୟସ ନିର୍ବିଶେଷରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ମହିଳାଙ୍କୁ ଅନୁମତି ଦେଇଥିବା ବେଳେ ତାହାକୁ ନେଇ ଏକ ସମୀକ୍ଷା ଯାଚିକା ଦାଖଲ ହୋଇଥିଲା। ତାହାର ଶୁଣାଣୀ ସୁପ୍ରିମ୍‌କୋର୍ଟ ବୁଧବାର ଆରମ୍ଭ କରିଛନ୍ତି। ଧର୍ମ ସମ୍ବନ୍ଧିତ କୌଣସି ମାମଲାରେ ନିଷ୍ପତ୍ତି କୋର୍ଟ ନେବା ଉଚିତ ନୁହେଁ ବୋଲି ଆବେଦନକାରୀମାନେ ସେମାନଙ୍କ ଯାଚିକାରେ ଜଣାଇଛନ୍ତି। ଆବେଦନକାରୀଙ୍କ ସପକ୍ଷରେ ମତ ରଖି ବରିଷ୍ଠ ଓକିଲ ଅଭିଷେକ ମନୁ ସିଂହଭି କହିଛନ୍ତି କି କୌଣସି ଆନ୍ତରୀକ ସମୁଦାୟ ମାମଲା ସେହି ସମୁଦାୟର ସଦସ୍ୟଙ୍କ ଉପରେ ଛାଡ଼ି ଦେବା ଉଚିତ।

ସେ ଆହୁରି ଯୁକ୍ତି ବାଢ଼ି କହିଛନ୍ତି ଯେ ‘‘ବ୍ରହ୍ମଚର୍ଯ୍ୟ’ ଭଗବାନ ଆୟାପ୍ପାଙ୍କ ମନ୍ଦିରକୁ ମହିଳାମାନଙ୍କୁ ସେମାନଙ୍କ ଋତୁସ୍ରାବ ବୟସ ୧୦ ରୁ ୫୦ ବର୍ଷ ମଧ୍ୟରେ ଭିତରକୁ ଛାଡ଼ି ନ ଦିଆଯିବା ଉଚିତ। ହିନ୍ଦୁ ଧର୍ମରେ ଦେବାଦେବୀଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ। ଆୟାପ୍ପା ଭଗବାନଙ୍କୁ ନୈଷ୍ଠିକ ବ୍ରହ୍ମଚାରୀ ବୋଲି ବିଶ୍ୱାସ କରାଯାଏ। ତେଣୁ, ୨୦୧୮ରେ ୧୦ରୁ ୫୦ ବର୍ଷ ମଧ୍ୟରେ ଥିବା ମହିଳାମାନେ ମଧ୍ୟ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ବୋଲି ସୁପ୍ରିମ୍‌କୋର୍ଟ ଦେଇଥିବା ରାୟର ପୁର୍ନ ସମୀକ୍ଷା ହେଉ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe