ଶାହିନ ବାଗ ଆନ୍ଦୋଳନ ନେଇ ସୁପ୍ରିମ କୋର୍ଟରେ ଶୁଣାଣି ଆଜି

Advertisment
ସୁପ୍ରିମ କୋର୍ଟରେ ପିଜି ଓ ୟୁଜି ପରୀକ୍ଷା ଫଳ ପ୍ରକାଶ ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ

The Hindu

ନୂଆଦିଲ୍ଲୀ : ଶାହିନ ବାଗ ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ଆସନ୍ତାକାଲି ସୁପ୍ରିମ କୋର୍ଟ ଶୁଣାଣି କରିବେ। ଏହା ପୂର୍ବରୁ ଫେବ୍ରୁଆରି ୧୦ରେ ଶୁଣାଣି କରି ସୁପ୍ରିମ କୋର୍ଟ କହିଥିଲେ, ଲୋକଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି। ମାତ୍ର, ରାସ୍ତା ଅବରୋଧ କରିବାର ଅଧିକାର ନାହିଁ। ଆନ୍ଦୋଳନ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ବାଛିବା ଜରୁରୀ ବୋଲି କୋର୍ଟ କହିଥିଲେ। ସେହିଭଳି ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନସ୍ଥଳରୁ ହଟାଇବା ପ୍ରସଙ୍ଗରେ କୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିଥିଲେ। ସୂଚନାଯୋଗ୍ୟ, ଶାହିନ ବାଗରୁ ଆନ୍ଦୋଳନକୁ ହଟାଇବା ଉଦ୍ଦେଶ୍ୟରେ ଡ. ନନ୍ଦ କିଶୋର ଗର୍ଗ ଏବଂ ଅମିତ ଶାହାଣି ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଶାହିନ ବାଗରେ ଆନ୍ଦୋଳନ ବେଆଇନ ବୋଲି ସେମାନେ ଦର୍ଶାଇଥିଲେ। ‌ ସୁପ୍ରିମ କୋର୍ଟ ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବେ। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦୁଇ ମାସ ଧରି ଶାହିନ ବାଗ୍‌ରେ ଆନ୍ଦୋଳନ ଚାଲି ଆସୁଛି। ଏହା ଫଳରେ ଦିଲ୍ଲୀରେ ରାସ୍ତା ଅବାରୋଧ ସମସ୍ୟା ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe