୬ବର୍ଷ ଶିଶୁର ଜୀବନ ନେଲା ଏନର୍ଜି ଡ୍ରିଙ୍ଗ, ହୃତଘାତରେ ହେଲା ମୃତ୍ୟୁ 

Advertisment
୬ବର୍ଷ ଶିଶୁର ଜୀବନ ନେଲା ଏନର୍ଜି ଡ୍ରିଙ୍ଗ, ହୃତଘାତରେ ହେଲା ମୃତ୍ୟୁ 

ନୂଆଦିଲ୍ଲୀ: ଅନିୟମିତ ଜୀବନଶୈଳୀ ଓ ଖରାପ ଖାଦ୍ୟ ଖାଇବା ଯୋଗୁଁ ଲୋକଙ୍କ ଶରୀରରେ ଅନେକ ପ୍ରକାର ରୋଗ ଦେଖା ଦେଉଛି। ଏହି କାରଣରୁ ଅଳ୍ପ ବୟସର ଯୁବକମାନଙ୍କଠାରେ ହୃଦଘାତର ଆଶଙ୍କା ବି ବୃଦ୍ଧି ପାଇଛି।  କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହୃଦଘାତ ହେତୁ  ଜଣେ ୬ବର୍ଷ ଶିଶୁର ମୃତ୍ୟୁ ହୋଇଛି । ଏହା ଆପଣଙ୍କୁ ବିଶ୍ବାସ ହେଉ ନଥିଲେ ବି ଘଟଣା ଟି ସତ। ଏପରି ଏକ  ଘଟଣା ଉତ୍ତର-ପୂର୍ବ ମେକ୍ସିକୋରେ ଘଟିଛି ।

ରିପୋର୍ଟ ଅନୁଯାୟୀ, ଉତ୍ତର-ପୂର୍ବ ମେକ୍ସିକୋର ମାଟାମୋରୋସରେ ଜଣେ ୬ବର୍ଷର ଶିଶୁ ଗୋଟିଏ ଗ୍ଲାସ ମାନଷ୍ଟର ଏନର୍ଜି ଡ୍ରିଙ୍ଗ ପିଇବା ହେତୁ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଏପ୍ରିଲ ୧୬ ତାରିଖରେ ଫ୍ରାନ୍ସସିସ୍କୋ ସର୍ଭାଣ୍ଟେସ୍ ତାଙ୍କ ଜେଜେମା’ଙ୍କ ଘରକୁ ଯିବାବେଳେ ଘଟିଛି।  ଜେଜେମା’ଙ୍କ ଘରକୁ ଯାଉଥିବା ବେଳେ ଫ୍ରାନ୍ସସିସ୍କୋ ସର୍ଭାଣ୍ଟେସ୍ ନିଜର ଶୋଷ ମେଣ୍ଟାଇବା ପାଇଁ ମାନଷ୍ଟର ଏନର୍ଜି ଡ୍ରିଙ୍ଗ (ଏକ ପ୍ରକାର ଏନର୍ଜି ପାନୀୟ) ପିଇ ଦେଇଥିଲେ ।

ଏହି ଏନର୍ଜି ଡ୍ରିଙ୍ଗ ପିଇବା ପରେ ପିଲାଟିର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସମ୍ପର୍କୀୟମାନେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତରମାନେ ଶିଶୁର ହୃଦଘାତ ହୋଇଥିବା ସହିତ ବ୍ରେନ ଡେଡ ଘୋଷଣା କରିଥିଲେ।

୬ଦିନ ହସ୍ପିଟାଲରେ କୋମାରେ ରହିବା ପରେ ଶିଶୁର ମୃତ୍ୟୁ ହୋଇଯାଇଥିଲା।    ତେବେ ଏହି ଘଟଣାକୁ ନେଇ ଏନଏଚଏସ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଛୋଟ ପିଲାମାନଙ୍କୁ ଏନର୍ଜି ଡ୍ରିଙ୍ଗ ନ ପିଇବା ପାଇଁ ପରାମର୍ଶ ଦେଇଛନ୍ତି, ଯେଉଁଥିରେ ଅଧିକ ପରିମାଣରେ କଫିନ୍ ଏବଂ ଚିନି  ରହିଥାଏ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe