କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଆଶଙ୍କା ବଢ଼ାଏ ହୃଦ୍‌ଘାତ

Advertisment
ଅସୁସ୍ଥ ସୈନିକଙ୍କୁ ହୃ୍ତ୍‌ପିଣ୍ଡ ଦାନକଲେ ମଧ୍ୟପ୍ରଦେଶର ଯୁବକ

ଲଣ୍ଡନ : କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ହୃଦ୍‌ଘାତର ଶିକାର ହେଲେ ତାଙ୍କର ମୃତ୍ୟୁ ଆଶଙ୍କା ଯଥେଷ୍ଟ ବଢ଼ିଯାଇଥାଏ ବୋଲି ଜଣାଯାଇଛି। ସେହିପରି ବିଶେଷ କରି ମହିଳା ରୋଗୀଙ୍କ କ୍ଷେତ୍ରରେ ସର୍ବାଧିକ ମୃତ୍ୟୁ ଆଶଙ୍କା ରହିଛି ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ସ୍ବେଡେନ୍‌ର ଗୋଟେନ୍‌ବର୍ଗ ବିଶ୍ବବିଦ୍ୟାଳୟର ଗବେଷକଙ୍କ ନିର୍ଯାସ ଅନୁଯାୟୀ, କୋଭିଡ୍‌ରେ ପୀଡ଼ିତ ଥିବା ମହିଳାମାନେ ଡାକ୍ତରଖାନାରେ ଯଦି ହୃଦ୍‌ଘାତର ଶିକାର ହୁଅନ୍ତି, ତେବେ ପୁରୁଷଙ୍କ ତୁଳନାରେ ସେମାନଙ୍କର ନଅ ଗୁଣ ଅଧିକ ମୃତ୍ୟୁ ଆଶଙ୍କା ରହିଛି। ୟୁରୋପିଆନ୍‌ ହାର୍ଟ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏହି ଅନୁଧ୍ୟାନର ସବିଶେଷ ବିବରଣୀ ଅନୁଯାୟୀ, ଗତବର୍ଷ ଜାନୁଆରି ପହିଲାରୁ ଜୁଲାଇ ୨୦ ଭିତରେ ଡାକ୍ତରଖାନା ବାହାରେ ହୃଦ୍‌ଘାତ ଭୋଗିଥିବା ୧,୯୪୬ ଜଣ କୋଭିଡ୍‌ ପୀଡ଼ିତ ଏବଂ ଡାକ୍ତରଖାନାରେ ଚିକିତ୍ସିତ ଥିବା ବେଳେ ହୃଦ୍‌ଘାତର ସାମନା କରିଥିବା ୧,୦୮୦ ଜଣଙ୍କର ସ୍ବାସ୍ଥ୍ୟାବସ୍ଥାକୁ ନିରୀକ୍ଷଣ କରାଯାଇଥିଲା। ତେବେ ଡାକ୍ତରଖାନା ବାହାରେ ହୃଦ୍‌ଘାତ ଭୋଗିଥିବା ପୀଡ଼ିତଙ୍କର ୩.୪ ଗୁଣ ମୃତ୍ୟୁ ଆଶଙ୍କା ଅଧିକ ଥିବା ବେଳେ ଡାକ୍ତରଖାନା ଭିତରେ ହୃଦଘାତ ହୋଇଥିବା କୋଭିଡ୍‌ ପୀଡ଼ିତଙ୍କର ୨.୩ ଗୁଣ ଅଧିକ ମୃତ୍ୟୁ ଆଶଙ୍କା ରହିଥିବା ଜଣାଯାଇଥିଲା। ଏଥିରୁ ଏକକାଳୀନ କୋଭିଡ୍‌ ଓ ହୃଦ୍‌ଘାତ ଏକ ଘାତକ ସଂଯୋଗ ବୋଲି ସ୍ପଷ୍ଟ ହୋଇଥିବା ମୁଖ୍ୟ ଗବେଷକ ପେଦ୍ରାମ ସୁଲତାନିଆନ୍‌ କହିଛନ୍ତି। ସୁତରାଂ ପ୍ରତି କୋଭିଡ୍‌ ରୋଗୀଙ୍କର ନିରନ୍ତର ନିରୀକ୍ଷଣ କରି ସେମାନଙ୍କ ଠାରେ ହୃଦ୍‌ଘାତ ନହେବା ଲାଗି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସେ ପରାମର୍ଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe