ନକ୍ସଲ ହମଲା ସମୟର ଲୋମଟାଙ୍କୁରା ମୁହୂର୍ତ୍ତ ବଖାଣୁଛନ୍ତି ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଥିବା ଦୂରଦର୍ଶନର କର୍ମଚାରୀ; ଦେଖନ୍ତୁ ଭିଡିଓ

Advertisment
ନକ୍ସଲ ହମଲା ସମୟର ଲୋମଟାଙ୍କୁରା ମୁହୂର୍ତ୍ତ ବଖାଣୁଛନ୍ତି ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଥିବା ଦୂରଦର୍ଶନର କର୍ମଚାରୀ; ଦେଖନ୍ତୁ ଭିଡିଓ

www.indiatoday.in

ଦାନ୍ତେଓ୍ଵାଡା: ‘ମା, ମୁଁ ତତେ ଭଲପାଏ...ହୁଏତ ମୁଁ ଆଜି ମରିଯାଇପାରେ। କିନ୍ତୁ କାହିଁକି କେଜାଣି ସାମ୍ନାରେ ମୃତ୍ୟୁକୁ ଦେଖି ମତେ ଆଜି ଭୟ ଲାଗୁନାହିଁ।’

ଛତିଶଗଡ ଦାନ୍ତେଓ୍ଵାଡାରେ ନକ୍ସଲଙ୍କ ଆକ୍ରମଣ ଚାଲିଥିବା ବେଳେ ନିଜ ମୋବାଇଲ୍‌ ଫୋନ୍‌ରେ ଏପରି ଏକ ମେସେଜ୍‌ ରେକର୍ଡ କରିଥିଲେ ଦୂରଦର୍ଶନର କ୍ୟାମେରା ଆସିଷ୍ଟାଣ୍ଟ ମୋର୍‌ମୁକୁଟ୍‌ ଶର୍ମା।

ଯେତେବେଳେ ଦିଲ୍ଲୀ ଦୂରଦର୍ଶନର ସମ୍ବାଦ ସଂଗ୍ରହକାରୀ ଦଳ ଉପରେ ନକ୍ସଲମାନେ ଆକ୍ରମଣ କଲେ, ସେତେବେଳେ ରାସ୍ତା ପାର୍ଶ୍ୱ ଏକ ଖାଲରେ ପଡ଼ିଯାଇଥିଲେ ଶର୍ମା। ଗୁଳିବିନିମୟ ଚାଲିଥିବା ବେଳେ ନିଜ ମୋବାଇଲରେ ସେ ସେଇ ଲୋମଟାଙ୍କୁରା ମୁହୂର୍ତ୍ତର ଅନୁଭୂତି ବଖାଣି ଥିଲେ।

ଏହି ଭିଡିଓ ମେସେଜରେ ସେ ଏକଥା ମଧ୍ୟ କହୁଥିବାର ଶୁଣିବାକୁ ମିଳିଛି,‘ମୁଁ ନିର୍ବାଚନ ସମ୍ବାଦ ସଂଗ୍ରହ କରିବାକୁ ଦାନ୍ତେଓ୍ଵାଡା ଆସିଥିଲି। ଆମେ ରାସ୍ତାରେ ଯାଉଥିଲୁ। ଆମ ସାଙ୍ଗରେ ସୁରକ୍ଷାକର୍ମୀ ବି ଥିଲେ। ହଠାତ୍‌ ନକ୍ସଲମାନେ ଆମକୁ ଘେରି ଗଲେ।’

ସେ ପୁଣି କହୁଛନ୍ତି, ‘ଏଠାରେ ବଞ୍ଚିବା ମୁସ୍କିଲ୍‌। ଆମ ସାଥିରେ ୬/୭ଜଣ ଯବାନ ଅଛନ୍ତି। ଚାରିଦିଗରୁ ସେମାନେ ଆମକୁ ଘେରି ଯାଇଛନ୍ତି। ବର୍ତ୍ତମାନ୍‌ ମୁଁ ଏତିକି ହିଁ କହିପାରିବି।’

ଏହି ଭିଡ଼ିଓ ଏବେ ସୋସିଆଲ୍‌ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ୍‌ ହୋଇଛି। ମୃତ୍ୟୁକୁ ସାମ୍ନାସାମ୍ନି ଦେଖିବାପରେ ତାଙ୍କର ଅବସ୍ଥା କିପରି ଥିଲା,ତାହା ଦେଖି ଦର୍ଶକମାନେ ବିସ୍ମୟାଭିଭୂତ ହୋଇପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe