Image Courtesy of India Today
ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଭୀଷଣ ଶୀତ ପଡ଼ିଥିବାରୁ ରୁମ୍ ହିଟର୍ ଏବଂ ଗିଜର୍ର ବ୍ୟବହାର ବଢ଼ି ଚାଲିଛି। ହାଡ଼ଭଙ୍ଗା ଶୀତରୁ ତ୍ରାହି ପାଇବାକୁ କେବଳ ସେଠାକାର ଲୋକେ ଏ ସବୁ ସାମଗ୍ରୀ ବ୍ୟବହାର କରୁ ନାହାନ୍ତି, ଦିଅଁ ମଧ୍ୟ ବ୍ୟବହାର କଲେଣି।
ଅଯୋଧ୍ୟାସ୍ଥିତ ଜାନକୀ ଘାଟ ବଡ଼ା ସ୍ଥାନ ମନ୍ଦିରରେ ଉଷୁମ ପାଣିରେ ଦିଅଁଙ୍କର ଜଳାଭିଷେକ କରାଯାଉଛି। ଏ କଥା ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିଛନ୍ତି ସେଠାକାର ମହନ୍ତ।
ଭୀଷଣ ଥଣ୍ଡା ପାଗକୁ ଚାହିଁ ମନ୍ଦିରରେ ଗୋଟିଏ ହିଟର୍ ଲଗା ଯାଇଛି ବୋଲି ମହନ୍ତ ଜନ୍ମେଜୟ ଶରଣ କହିଛନ୍ତି।
ଥଣ୍ଡା ପାଗକୁ ମୁକାବିଲା କରିବାକୁ ଅଯୋଧ୍ୟାର ରାମ ଲାଲ୍ଲାରେ ଥିବା ଦିଅଁଙ୍କ ଲାଗି ପଶମ ବସ୍ତ୍ର, ରେଜେଇ ଏବଂ ରୁମ୍ ହିଟର୍ ଯୋଗାଇ ଦିଆଯାଉ ବୋଲି ଦୁଇ ଦିନ ତଳେ ବିଶ୍ୱ ହିନ୍ଦୁ ପରିଷଦ୍ କହିଥିଲା।
Follow Us