ସାରା ଦେଶରେ ଶୀତର ଲହରୀ: ୨୦ ବର୍ଷର ରେକର୍ଡ ଭଙ୍ଗ କଲା ୟୁପି

ସାରା ଦେଶରେ ଜାରି ରହିଛି ପ୍ରବଳ ଶୀତ ଲହରୀ। ଉତ୍ତର-ପଶ୍ଚିମ ଓ ମଧ୍ୟଭାଗରେ ତାପମାତ୍ରାରେ ବଡ଼ ହ୍ରାସ ହୋଇଛି। ପୂର୍ବ ଓ ପଶ୍ଚିମ ଭାରତରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି।

www.skymetweather.com

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ପ୍ରବଳ ଶୀତ ଲହରୀ। ଉତ୍ତର-ପଶ୍ଚିମ ଓ ମଧ୍ୟଭାଗରେ ତାପମାତ୍ରାରେ ବଡ଼ ହ୍ରାସ ହୋଇଛି। ପୂର୍ବ ଓ ପଶ୍ଚିମ ଭାରତରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ୟୁପିରେ ୨୦ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଉତ୍ତର ପ୍ରଦେଶରେ ଡିସେମ୍ବର ମାସ ଦ୍ବିତୀୟ ସପ୍ତାହରେ ମଧ୍ୟ ଶୀତ ଦେଖିବାକୁ ମିଳୁଛି। ଏଠାରେ ତୃତୀୟ ଓ ଚତୁର୍ଥ ସପ୍ତାହରେ ଶୀତ ଅନୁଭୂତ ହୋଇଥାଏ।

ସେହିପରି ମଧ୍ୟପ୍ରଦେଶରେ ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଛି। ଭୋପାଳରେ ପାରଦ ୪ ଡିଗ୍ରୀକୁ ଖସି ଯାଇଥିଲା। ରାଜସ୍ଥାନର ୧୧ ସହରରେ ଚଳିତ ଶୀତରେ ସବୁଠୁ କମ୍ ତାପମାତ୍ରା ରେକର୍ଡ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe