ଆଜି ପୁଣି ରାହୁଲଙ୍କୁ ଇଡି ଜେରା; କଂଗ୍ରେସ ଅଫିସ୍‌ ସମ୍ମୁଖରେ କଡ଼ା ସୁରକ୍ଷା ବ୍ୟବସ୍ଥା

Advertisment
ଆଜି ପୁଣି ରାହୁଲଙ୍କୁ ଇଡି ଜେରା; କଂଗ୍ରେସ ଅଫିସ୍‌ ସମ୍ମୁଖରେ କଡ଼ା ସୁରକ୍ଷା ବ୍ୟବସ୍ଥା

www.indiatoday.in

ନୂଆଦିଲ୍ଳୀ: ‘ନ୍ୟାସ୍‌ନାଲ୍‌ ହେରାଲଡ୍‌’ ଖବରକାଗଜ ମାମଲାରେ ରାହୁଲ୍‌ ଗାନ୍ଧୀଙ୍କୁ ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦୀର୍ଘ ୧୦ ଘଣ୍ଟା ଧରି ଜେରା କରିବା ପରେ ଆଜି ପୁଣି ଥରେ ଜେରା ହେବାର ଅଛି। ଏ ନେଇ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରୁ ଇଡି ଅଫିସ୍‌ ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ୍‌, ସିଆର୍‌ପିଏଫ୍‌ ପୁଲିସ୍‌ ମୁତୟନ ହୋଇଥିବା ସୂଚନା ରହିଛି। ୧୦ ଘଣ୍ଟାର ଜେରା ପରେ ବି କିଛି ପ୍ରଶ୍ନର ଉତ୍ତର ମିଳି ପାରି ନଥିବାରୁ ଇଡି ଆଜି ଦ୍ବିତୀୟ ଥର ପାଇଁ ରାହୁଲଙ୍କୁ ଜେରା କରିବ।

ଗତକାଲି  ଶହ ଶହ କଂଗ୍ରେସ କର୍ମୀମାନଙ୍କ ‘ଜିନ୍ଦାବାଦ୍‌’ ଧ୍ବନିରେ ମୁଖରିତ ବାତାବରଣରେ ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ‘ନ୍ୟାସ୍‌ନାଲ୍‌ ହେରାଲଡ୍‌’ ଖବରକାଗଜ ସଂକ୍ରାନ୍ତ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଜେରା ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଥିଲେ। ସେଠାରେ ପଚରାଉଚରା ସରିବା ପରେ ରାହୁଲ ଅଫିସ୍‌ରୁ ବାହାରି ଆସିଥିଲେ। ତାଙ୍କ ସହିତ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଯାଇଥିଲେ।

ନ୍ୟାସ୍‌ନାଲ୍‌ ହେରାଲଡ୍‌’ ଖବରକାଗଜ ମାମଲାରେ ରାହୁଲ୍‌ ଗାନ୍ଧୀଙ୍କୁ ଜେରା ହୋଇଥିଲା। ପ୍ରବର୍ତ୍ତନ ନିର୍ଦେଶାଳୟର ୨ଜଣ ଶୀର୍ଷସ୍ତରୀୟ ଅଧିକାରୀ ରାହୁଲ୍‌ଙ୍କ ବୟାନ ରେକର୍ଡ କରିଥିଲେ। ‘ପିଏମ୍‌ଏଲ୍‌ଏ’ ଆକ୍ଟ ଧାରା ୫୦ ଅନୁସାରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଜଣେ ସହକାରୀ ନିର୍ଦେଶକ ତାଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ଜଣେ ଉପ ନିର୍ଦେଶକ ପଚରାଉଚରାର ତତ୍ତ୍ବାବଧାନ କରିଥିଲେ ଓ ଅଉ ଜଣେ ଅଧିକାରୀ ତାଙ୍କ ବୟାନକୁ ଟାଇପ୍‌ କରିଥିଲେ ବୋଲି ସୂଚନା‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe