ସଙ୍ଗମରେ ସରିଲା ସ୍ନାନ, ଭିଡରେ ଫସିଛି ଜୀବନ: ପ୍ରୟାଗରାଜରୁ ଫେରିପାରୁ ନାହାନ୍ତି ଯାତ୍ରୀ

TRAIN CROWD

Photograph: (SAMBAD.IN)

ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇବାକୁ ଯିବାକୁ ଯେତିକି କଷ୍ଟ, ମହାକୁମ୍ଭରେ ବୁଡ ପକାଇ ଫେରିବା ବି ସେତିକି କଷ୍ଟ । ଭିଡ ପାଇଁ ପ୍ରାଣ ବାହାରି ଯାଉଛି । ମଣିଷ ନାକେଦମ ହେଉଛି । ପ୍ରୟାଗରାଜ ଗଲା ବେଳେ ଭିଡ ଆସିବା ବେଳେ ବି ଭିଡ । ଶ୍ରଦ୍ଧାଳୁ ଭିଡ ଆଡେଇ ସଙ୍ଗମରେ ସିନା ସ୍ନାନ ସାରିଦେଲେ ହେଲେ ସେଠୁ ଫେରିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଛି ।

କାରଣ ଯେଉଁ ଟ୍ରେନରେ ନିଜ ନିଜ ରାଜ୍ୟକୁ ଫେରିବାକୁ ଯାତ୍ରୀମାନେ ଅପେକ୍ଷ କରିଛନ୍ତି, ଏମିତି କୌଣସି ଗୋଟିଏ ଟ୍ରେନ୍ ନାହିଁ ଯେଉଁ ଟ୍ରେନରେ ଭିଡ ନାହିଁ । କୌଣସି ବି ଷ୍ଟେସନ କିମ୍ବା ଟ୍ରେନ ଫାଙ୍କା ଥିବା ଦେଖିବାକୁ ମିଳୁନି । ସବୁ ଟ୍ରେନରେ ଭରପୂର ଲୋକ । ସ୍ଥିତି ଏମିତି ହେଉଛି ଟ୍ରେନରେ ପାଦ ରଖିବାକୁ ବି ଜାଗା ମିଳୁନି ।

ଦିନ ଦୟାଲ ଉପାଧ୍ୟାୟ ରେଳ ଷ୍ଟେସନରେ ସ୍ଥିତି ପୂରା ବେହାଲ । ଉକ୍ତ ଜଙ୍କସନରୁ ବିହାର, ଝାଡଖଣ୍ଡ, ଓଡିଶାକୁ ଯିବାକୁ ଲୋକଙ୍କ ଭିଡ ଲାଗିଛି କିନ୍ତୁ କୌଣସି ବି ଟ୍ରେନରେ ଫାଙ୍କା ନାହିଁ । ଏସି ହେଉ କି ଜେନେରାଲ ସବୁ ବଗି ଭର୍ତ୍ତି । ଏସି ବଗିରେ ବି ଜେନେରାଲ ଲୋକ ପଶିଛନ୍ତି । ପଶ୍ଚିମବଙ୍ଗ ଏବଂ ବିହାର ଯିବାକୁ ଥିବା ଦୁଇ ମହିଳା ଭିଡ କାରଣରୁ ଟ୍ରେନ ପାଖରେ ପହଞ୍ଚି ପାରିଲେନି କି ଟ୍ରେନରେ ଉଠି ପାରିଲେନି ତେଣୁ ଟ୍ରେନ୍ ଛାଡିଦେଲା । ମହାକୁମ୍ଭରେ ଦିବ୍ୟ ସ୍ନାନ କରି ଫେରିବା ଏକ ସୁନ୍ଦର ମୁହୂର୍ତ୍ତ ହୋଇଥିବା ବେଳେ ଏବେ ଶ୍ରଦ୍ଧାଳୁଙ୍କୁ ପାଇଁ ଘରକୁ ଫେରିବା ବଡ ଚାଲେଞ୍ଜ ଭାବେ ଉଭା ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe