ହଠାତ୍ ମାଡ଼ିଆସିଲା ବନ୍ୟା, ଧୋଇନେଇ ଗଲା ଘରଦ୍ବାର-ଧନଜୀବନ...

ramban j and k

Photograph: (sambad.in)

ଶ୍ରୀନଗର: ଜମ୍ମୁ-କାଶ୍ମୀର ସ୍ଥିତ ରାମବନ ଧର୍ମକୁଣ୍ଡରେ ଭୟଙ୍କର ଦୃଶ୍ୟ । ଆଜି ସକାଳୁ ସକାଳୁ ଏଠାରେ ବାଦଲଫଟା ବର୍ଷା ହେଲା । ଚାହୁଁ ଚାହୁଁ ମାଡିଆସିଲା ବନ୍ୟା । କେହି କିଛି ବୁଝିବା ଆଗରୁ ଅନେକ ଘର ଭାଙ୍ଗିରୁଜି ଚୁରମାର କରିଦେଲା । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଅନେକ ଲୋକ ଘରେ ଜଳବନ୍ଦୀ ହୋଇ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଛି । 

ତେବେ ବାଦଲଫଟା ବର୍ଷା ଯୋଗୁଁ ଚେନାବ୍ କେନାଲରେ ବନ୍ୟା ପାଣି ମାଡି ଆସିଲା ଆଉ ଧର୍ମକୁଣ୍ଡ ଗାଁକୁ ପାଣି ମାଡିଗଲା । ଫଳରେ  ଲୋକେ ସୁରକ୍ଷିତ ସ୍ଥାନକୁ ଯିବାକୁ ସମୟ ପାଇନଥିଲେ। ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ଶହେରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଅନେକ ଘର ଆଂଶିକ ଭାବେ ଭାଙ୍ଗିଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe