ଝିଅ ବିଦା ହେଉଥିବାବେଳେ ହେଲା ସିଲିଣ୍ଡର ବିସ୍ଫୋରଣ; କନ୍ୟା ସମେତ ୭ଜଣ ଗୁରୁତର

Advertisment
ଝିଅ ବିଦା ହେଉଥିବାବେଳେ ହେଲା ସିଲିଣ୍ଡର ବିସ୍ଫୋରଣ; କନ୍ୟା ସମେତ ୭ଜଣ ଗୁରୁତର

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମହୋବାରେ ଏକ ବିବାହ ଉତ୍ସବ ସମୟରେ ଭୟାବହ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ କନ୍ୟା ସମତେ ପରିବାରର ୭ଜଣ ଗୁରୁତର ଆହତ ହୋଇଛନ୍ତି। ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଡକାଇ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇ ଡିଏମ ଓ ଏସପି ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଶୋଚନୀୟ ଥିବାରୁ  ଝାନସୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରି ଦିଆଯାଇଛି।

ମୁନ୍ନା ଶ୍ରୀବାସଙ୍କ ଝିଅ ଅଞ୍ଜଳିଙ୍କ ବିବାହ ଶେଷ ହୋଇଥିଲା। ଝିଅ ଅଞ୍ଜଳିଙ୍କୁ ଶାଶୁଘରକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଥିଲା, ଏତିକି ବେଳେ ଗ୍ୟାସ ସିଲିଣ୍ଡରରେ ନିଆଁଲାଗି ଜୋର ଶବ୍ଦ କରି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟାବହ ଥିଲା କି କନ୍ୟା ଅଞ୍ଜଳି ସମେତ ପରିବାରର ୭ଜଣ ଏଥିରେ ଗୁରୁତର ଆହତ ହୋଇଥିଲେ। ଗୁରୁତରଙ୍କ ମଧ୍ୟରେ ୨୦ରୁ ୭୦ବର୍ଷ ମଧ୍ୟରେ ମହିଳା ସାମିଲ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe