ଭୀଷଣ ବର୍ଷାରେ ଗୁଜରାଟ, ଆନ୍ଧ୍ର, ତେଲେଙ୍ଗାନା ବେହାଲ

ଭୀଷଣ ବର୍ଷାରେ ଗୁଜରାଟ, ଆନ୍ଧ୍ର, ତେଲେଙ୍ଗାନା ବେହାଲ

ନୂଆଦିଲ୍ଲୀ : ଭୀଷଣ ବର୍ଷା ହେବା ଫଳରେ ଦେଶର ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଛି। ସମ୍ପୃକ୍ତ ରାଜ୍ୟଗୁଡ଼ିକ ତରଫରୁ ରିଲିଫ ବିତରଣର ମଧ୍ୟ ବ୍ୟବସ୍ଥା କରାଯାଇଛି। ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପରିସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଆସାମରେ ବନ୍ୟାଜଳ କମିବାକୁ ଲାଗିଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଗତ ସପ୍ତାହେ ହେଲା ଗୁଜରାଟରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ରାଜ୍ୟର ଦକ୍ଷିଣଭାଗ ଓ ସୌରାଷ୍ଟ୍ର ଉବୁଟୁବୁ ହେବାକୁ ବସିଛି। ନୱସାରୀ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହୋଇଛି। ଉଦ୍ଧାରକାରୀମାନେ ଜଳଘେରରେ ଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି।
ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ଓ ତେଲେଙ୍ଗାନା ପରିସ୍ଥିତି ମଧ୍ୟ ତଦ୍ରୂପ। ଗୋଦାବରୀ ନଦୀରେ ବିପଦସଂକେତ ଉପରେ ଜଳ ପ୍ରବାହିତ ହେଉଛି। ଅନେକ ଗାଁ ମୁଖ୍ୟ ଭୂଖଣ୍ଡରୁ ବିଚ୍ଛିନ୍ନ ହୋଇ ରହିଛି। ଏହି ରାଜ୍ୟରେ ଆସନ୍ତା ଦୁଇଦିନ ବି ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe