ବର୍ଷାରେ ବେଙ୍ଗାଲୁରୁ ବେହାଲ୍‌: ବ୍ୟାପକ ଅଞ୍ଚଳ ଜଳବନ୍ଦୀ, ୨ ମୃତ

Advertisment
ବର୍ଷାରେ ବେଙ୍ଗାଲୁରୁ ବେହାଲ୍‌: ବ୍ୟାପକ ଅଞ୍ଚଳ ଜଳବନ୍ଦୀ, ୨ ମୃତ

Deccan Herald

ବେଙ୍ଗାଲୁରୁ : ରାତିସାରା ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁ ସହର ବେହାଲ୍‌ ହୋଇପଡ଼ିଛି। ସହରର ବିଭିନ୍ନ ଅଂଚଳରେ ୩-୪ ଫୁଟ୍‌ ପାଣି ଚାଲୁଛି। ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ବର୍ଷଜନିତ କାରଣ ପାଇଁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ) ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ସହର ମାତ୍ର ୧୨ ଘଣ୍ଟାରେ ୧୧୪ ମିମି ବର୍ଷାଜଳ ଗ୍ରହଣ କରିଛି। ପ୍ରମୁଖ ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଯାଇଛି। ହଜାର ହଜାର ଘରେ ପାଣି ପଶିଯାଇଛି। କର୍ଣ୍ଣାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର (କେଏସଏନ୍‌ଡିଏମ୍‌ସି) ଅନୁଯାୟୀ ମହାଦେବପୁର ସ୍ଥିତ ହୋରାମଭୁ ସର୍ବାଧିକ ୧୫୫ ମିମି ବର୍ଷାଜଳ ଗ୍ରହଣ କରିଛି। ଗୋଟିଏ ରାତିର ପ୍ରବଳ ବର୍ଷା ସହରରେ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଥିବା ବେଳେ ୫୦ ପ୍ରତିଶତ ଅଞ୍ଚଳରେ ଟ୍ରାଫିକ୍‌ ଠପ୍‌ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe