ବର୍ଷାରେ ବେଙ୍ଗାଲୁରୁ ବେହାଲ୍‌

Advertisment
ବର୍ଷାରେ ବେଙ୍ଗାଲୁରୁ ବେହାଲ୍‌

ବେଙ୍ଗାଲୁରୁ : ମୁସଳଧାରାର ବର୍ଷା ହେତୁ ବେଙ୍ଗାଲୁରୁରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ରାତିଠାରୁ ଲଗାଣ ବର୍ଷା ଦ୍ୱାରା ସାରା ସହର ଜଳମଗ୍ନ ହୋଇଯାଇଛି। କ୍ରିଷ୍ଣରାଜପୁରମ, ନେଲମଙ୍ଗଳା ଏବଂ କୋରମଙ୍ଗଳା ସହ ସହରର ବିଭିନ୍ନ ଅଞ୍ଚଳରେ ୧୮୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। କେବଳ କ୍ରିଷ୍ଣରାଜପୁରମ୍‌ ୧୯୬ ମିମି ବର୍ଷାଜଳ ଗ୍ରହଣ କରିଛି। ତେବେ ସେପ୍ଟେମ୍ବର ମାସରେ ବେଙ୍ଗାଲୁର ହାରାହାରି ୨୧୨ ମିମି ବର୍ଷାଜଳ ଗ୍ରହଣ କରିଥିବାବେଳେ କେବଳ ଗୋଟିଏ ଦିନରେ ସହର ୧୮୦ ମିମି ବର୍ଷାଜଳ ଗ୍ରହଣ କରି ରେକର୍ଡ କରିଛି। ପୂର୍ବରୁ ସେପ୍ଟେମ୍ବର ମାସରେ ସର୍ବାଧିକ ୫୧୬ ମିମି ସର୍ବାଧିକ ବର୍ଷା ହୋଇଥିଲା କିନ୍ତୁ ଚଳିତ ଥର ଏହି ରେକର୍ଡ ଭାଙ୍ଗିବ ବୋଲି କର୍ଣ୍ଣାଟକ ପ୍ରାକୃତିକ ବିପର୍ଯ୍ୟୟ ଯାଞ୍ଚ କେନ୍ଦ୍ରର ଡାଇରେକ୍ଟର ଶ୍ରୀନିବାସ ରେଡ୍ଡି କହିଛନ୍ତି। ବର୍ଷା ହେତୁ ଅନେକ ଗଛ ଉପୁଡ଼ିଯାଇଛି। ହ୍ରଦଗୁଡ଼ିକରେ ଜଳ ସ୍ତର ବୃଦ୍ଧି ପାଇ କୂଳ ଲଂଘନ କରିଛି ଏବଂ ଅନେକ ଘର ଜଳମଗ୍ନ ରହିଛି।

ଏକ କୁକୁଡାପାଳନ ଫାର୍ମ ମଧ୍ୟକୁ ପାଣି ପଶିଯିବାଫଳରେ ୧୦,୦୦୦ ପାଖାପାଖି କୁକୁଡ଼ା ମରିଯାଇଥିବା ଜଣାଯାଇଛି। ୨୦୧୬ ବନ୍ୟା ପରି ସହରର ମୂଖ୍ୟ ରାସ୍ତାମାନଙ୍କରେ ପାଣିର ଶୁଅ ଛୁଟୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଆବାସ ମନ୍ତ୍ରୀ ଏମ୍‌ କ୍ରିଷ୍ଣାପ୍ପାଙ୍କ ସହ ମେୟର ଜି ପଦ୍ମାବତୀ ଏବଂ ଅନ୍ୟ ବିବିଏମପି (ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକ)ର ଅଧିକାରୀମାନେ ବର୍ଷା ପ୍ରଭାବିତ ଅଞ୍ଚଳ ଗୁଡ଼ିକ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ଆଟିଗୁପ୍ପେରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବାଫଳରେ ଅନେକ କାର ଭାଙ୍ଗି ରୁଜି ଯାଇଛି। ଉତ୍ତର କର୍ଣ୍ଣାଟକର ଅନେକ ଅଂଶରେ ବହୁ ଫସଲ ନଷ୍ଟ ହୋଇଛି। ତେବେ କୌଣସି ଜନଜୀବନ ହାନି ହୋଇନଥିବା ଜଣାଯାଇଛି। ଖାଲି ବେଙ୍ଗାଲୁରୁ ନୁହେଁ ମହୀଶୁରରେ ମଧ୍ୟ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe