ଦିଲ୍ଲୀରେ ଲଗାଣ ବର୍ଷା, ୧୫ ବର୍ଷର ରେକର୍ଡ ଭାଙ୍ଗିଲା

ପଶ୍ଚିମା-ଝଡ଼ ପ୍ରଭାବ: ୯ ଏବଂ ୧୦ ତାରିଖରେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଏହି ଅଦିନ ବର୍ଷାରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି। ଚଳିତ ବର୍ଷା ଗତ ୧୫ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି।

୨୦୦୭ ପରେ ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟାରେ ରବିବାର ସକାଳ ୮ଟା ସୁଦ୍ଧା ସର୍ବାଧିକ ୭୪ ମିମି ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ବାୟୁ ମାନରେ ଉନ୍ନତି ଦେଖିବାକୁ ମିଳିଛି ଏବଂ ଏହା ‘ସନ୍ତୋଷଜନକ’ସ୍ତରରେ ପହଞ୍ଚି ଯାଇଛି। ରବିବାର ସକାଳ ୯ଟା ସୁଦ୍ଧା ଦିଲ୍ଲୀରେ ବାୟୁମାନ ସୂଚକାଙ୍କ ୫୪ ଥିଲା ଯାହାକି ଉତ୍ତମ ଶ୍ରେଣୀରେ ଆସୁଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ପାଣି ଜମି ରାସ୍ତା ଅବରୋଧ ହୋଇଥିବାରୁ ଟ୍ରାଫିକ୍‌ ସମସ୍ୟା ବଢ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe