ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ୩ ଜିଲ୍ଲାରେ ବନ୍ୟା, ୭୨ ଦିନରେ ୧୫୭ ମୃତ

ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଶନିବାର ୪୭ଟି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ଶିମଲା, ସୋଲାନ ଓ ସିରମୌର ଜିଲ୍ଲାରେ ଆକସ୍ମିକ ବନ୍ୟା ଆଶଙ୍କା ରହିଛି ବୋଲି ଚେତାବନୀ ଦିଆଯାଇଛି।

flood1

File photo

ଶିମଲା : ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଶନିବାର ୪୭ଟି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ଶିମଲା, ସୋଲାନ ଓ ସିରମୌର ଜିଲ୍ଲାରେ ଆକସ୍ମିକ ବନ୍ୟା ଆଶଙ୍କା ରହିଛି ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର କହିଛି ଯେ ରାଜ୍ୟରେ ୧୮ଟି ବିଦ୍ୟୁତ  ଏବଂ ଗୋଟିଏ ଜଳ ଯୋଗାଣ ଯୋଜନା ମଧ୍ୟ ପ୍ରଭାବିତ ହୋଇଛି। 

ଜୁନ୍ ୨୭ରେ ହିମାଚଳ ପ୍ରଦେଶରେ ମୌସୁମୀର ଆଗମନ ହେବା ପରଠାରୁ ହିମାଚଳ ପ୍ରଦେଶରେ ହାରାହାରି ୬୫୨.୧ ମିଲିମିଟର ବର୍ଷା ହୋଇଥିବା ବେଳେ ୫୧୭.୮ ମିଲିମିଟର ବର୍ଷା ହୋଇଛି। ଚଳିତ ମୌସୁମୀ ଋତୁରେ ଜୁନ୍ ୨୭ରୁ ସେପ୍ଟେମ୍ବର ୬ ମଧ୍ୟରେ ବର୍ଷା ଜନିତ ଘଟଣାରେ ୧୫୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୦୩ କୋଟି ଟଙ୍କାର କ୍ଷତି ହୋଇଛି।

ସ୍ଥାନୀୟ ପାଣିପାଗ ବିଭାଗ ରବିବାର ପର୍ଯ୍ୟନ୍ତ ଶିମଲା, ସୋଲାନ ଏବଂ ସିରମୌର ଜିଲ୍ଲାର କିଛି ଅଂଶରେ ହାଲୁକାରୁ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ଥିବା ଚେତାବନୀ ଦେଇଛି। ମଣ୍ଡିରେ ୧୩ଟି, କାଙ୍ଗରାରେ ୧୧ଟି, ଶିମଲା ଓ କୁଲ୍ଲୁରେ ୯ଟି ଲେଖାଏଁ, ଉନାରେ ୨ଟି, କିନ୍ନୌର, ସିରମୌର ଓ ଲାହୋଲ ଓ ସ୍ପିତି ଜିଲ୍ଲାରେ ଗୋଟିଏ ଲେଖାଏଁ ରାସ୍ତା ଯାତାୟତ ପାଇଁ ବନ୍ଦ ରହିଛି ବୋଲି କେନ୍ଦ୍ର କହିଛି।

ଜୁନ୍ ୨୭ରେ ହିମାଚଳ ପ୍ରଦେଶରେ ମୌସୁମୀର ଆଗମନ ହେବା ପରଠାରୁ ହିମାଚଳ ପ୍ରଦେଶରେ ହାରାହାରି ୬୫୨.୧ ମିଲିମିଟର ବର୍ଷା ହୋଇଥିବା ବେଳେ ୫୧୭.୮ ମିଲିମିଟର ବର୍ଷା ହୋଇଛି। ଚଳିତ ମୌସୁମୀ ଋତୁରେ ଜୁନ୍ ୨୭ରୁ ସେପ୍ଟେମ୍ବର ୬ ମଧ୍ୟରେ ବର୍ଷା ଜନିତ ଘଟଣାରେ ୧୫୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୦୩ କୋଟି ଟଙ୍କାର କ୍ଷତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe