ବର୍ଷା କ୍ଷୟକ୍ଷତି ଅନୁଧ୍ୟାନ କଲେ ବୋମାଇ

Advertisment
ବର୍ଷା କ୍ଷୟକ୍ଷତି ଅନୁଧ୍ୟାନ କଲେ ବୋମାଇ

ବେଙ୍ଗାଲୁରୁ : ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହେତୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ଆଜି ବେଙ୍ଗାଲୁରୁର ଜବାହରଲାଲ ନେହେରୁ ସେଣ୍ଟର ଫର ଆଡଭାନ୍ସ ସାଇଣ୍ଟିଫିକ୍ ରିସର୍ଚ୍ଚ (ଜେଏନ୍‌ଏସ୍‌ଆର୍‌ଏସ୍‌) ପରିଦର୍ଶନ କରିଛନ୍ତି। ବୋମାଇ କହିଛନ୍ତି, ପ୍ରବଳ ବର୍ଷା ହେତୁ ଗତ ଦୁଇ ଦିନ ଧରି ଅନୁସନ୍ଧାନ କେନ୍ଦ୍ରଗୁଡିକ ଜଳବନ୍ଦୀ ହୋଇ ରହିଥିଲା। କେବଳ କ୍ୟାମ୍ପସ ନୁହେଁ ଲାବୋରେଟୋରୀଗୁଡିକ ମଧ୍ୟ ପାଣିରେ ଭରି ରହିଥିଲା। ଲ୍ୟାବଗୁଡିକରେ ପାଣି ପଶି ଯିବାରୁ ବ୍ୟାପକ କ୍ଷତି ଘଟିଛି। ଜେଏନ୍‌ଏସ୍‌ଆର୍‌ଏସ୍‌କୁ ଲାଗି ଦୁଇଟି ବଡ଼ ହ୍ରଦ ରହିଛି। ଲଗାଣ ବର୍ଷା ହେଲେ ହ୍ରଦ ପାଣି ଓଭରଫ୍ଲୋ କରିଥାଏ। ଡ୍ରେନେଜ୍‌ ବ୍ୟବସ୍ଥା ବ୍ୟାପକ ନଥିବାରୁ ସମ୍ପୃକ୍ତ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥାଏ। ତେଣୁ ଡ୍ରେନେଜ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ବୋମାଇ କେନ୍ଦ୍ରୀୟ ବିହାର ଆପାର୍ଟମେଣ୍ଟ ଏବଂ ଆଖପାଖ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରବଳ ବର୍ଷା ଯୋଗୁଁ ୟାଲାଙ୍କା ହ୍ରଦପାଣି ଓଭର ଫ୍ଲୋ କରି ଆପାର୍ଟମେଣ୍ଟ ଏବଂ ସ୍ଥାନୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଧାରକାର୍ଯ୍ୟ ଏବଂ ରିଲିଫ ଯୋଗାଣ ଉପରେ ଅଧିକ ଗୁରୁତ୍ବ ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଳଗାଣ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରବିା ସହ କେନ୍ଦ୍ର ପକ୍ଷରୁ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଛନ୍ତି। ବର୍ଷାରେ କ୍ଷୟକ୍ଷତି ହୋଇଥିବା ବ୍ରିଜ୍‌ ଏବଂ ରାସ୍ତା ଜରୁରିକାଳୀନ ଭିତ୍ତିରେ ମରାମତି ପାଇଁ ରାଜ୍ୟ ସରକାର ୫୦୦ କୋଟିର ପ୍ୟାକେଜ୍‌ ଘୋଷଣା କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe