କେରଳରେ ପ୍ରବଳ ବର୍ଷା ଆଶଙ୍କା

Advertisment
ବନ୍ୟା ନିୟନ୍ତ୍ରଣ ପାଇଁ ନୂଆ ଟେକନଲୋଜୀର ବିକାଶ କଲା ଭାରତୀୟ ପାଣିପାଗ ବିଭାଗ

ଥିରୁଅନନ୍ତପୁରମ୍‌ : କେରଳରେ ଆସନ୍ତାକାଲି ଠାରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ଅ‌େକ୍ଟାବର ୭ ତାରିଖ ପାଇଁ ରାଜ୍ୟରେ ରେଡ୍‌ ଆଲର୍ଟ ଜାରି ହୋଇଛି ଏବଂ ଅକ୍ଟୋବର ୮ ତାରିଖ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି ହୋଇଛି। ଗତ ଅଗଷ୍ଟ ମାସ‌ରେ ବନ୍ୟା ହେତୁ ରାଜ୍ୟରେ ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବାରୁ କେରଳ ଏଥିରୁ ଶିକ୍ଷା ଗ୍ରହଣ କରିଛି। ଏଥିଲାଗି ଆଗୁଆ ସତର୍କ ସୂଚନା ଜାରି କରିଛି। କେରଳର ପଲକ୍କଡ଼ ଜିଲ୍ଲାରେ ଥିବା ମାଲମପୁଝା ଡ୍ୟାମ୍‌ର ୪ଟି କବାଟ ଖୋଲାଯାଇଛି। ଆରବ ସାଗ‌ରରେ ଝଡ଼ ସୃଷ୍ଟି ହୋଇଛି। ଏହା ଫଳରେ କେରଳ ଏବଂ ତାମିଲନାଡ଼ୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ହେବାର ସମ୍ଭାବନା ରହିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଆଗୁଆ କେନ୍ଦ୍ରର ସହଯୋଗ ଲୋଡ଼ିଛନ୍ତି। ତଳିଆ ଅଞ୍ଚଳର ଲୋକଙ୍କୁ ସଚେତନ ରହିବାପାଇଁ ସତର୍କ ସୂଚନା ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe