ମୁମ୍ବାଇରେ ପୁଣି ପ୍ରବଳ ବର୍ଷା, ଅଣାୟତ୍ତ ସ୍ଥିତି

Advertisment
ମୁମ୍ବାଇରେ ପୁଣି ପ୍ରବଳ ବର୍ଷା, ଅଣାୟତ୍ତ ସ୍ଥିତି

ମୁମ୍ବାଇ: ଅଳ୍ପଦିନର ବ୍ୟବଧାନ ପରେ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ପୁଣି ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ସଡ଼କ, ରେଳ ଯୋଗାଯୋଗ ସହିତ ବିମାନସେବା ମଧ୍ୟ ବ୍ୟାହତ ହୋଇଛି। ସହର ବିଭିନ୍ନ ଅଂଚଳ ପାଣି ଘେରରେ ରହିଥିବା ବେଳେ ନଭି ମୁମ୍ବାଇ ଅଂଚଳରେ ସ୍ଥିତି ଅଣାୟତ୍ତ ହୋଇଉଠିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିବା ସହିତ ରେଡ୍ ଆଲର୍ଟ ଜାରି କରିଛି। ଏଥିଯୋଗୁ ଅସୁବିଧାରେ ଥିବା ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସହକାରୀ ଇଞ୍ଜିନିୟରମାନଙ୍କୁ ସେମାନଙ୍କ ୱାର୍ଡ କାର୍ଯ୍ୟାଳୟରେ ଆଜି ରାତିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଭି ମୁମ୍ବାଇର ତୁରଭି ଏମଆଇଡିସି ଥାନା ଭିତରେ ଆଣ୍ଠୁଏ ପାଣି ପଶିଛି। ସହରତଳି ଅଞ୍ଚଳରେ ୩ ଘଣ୍ଟା ମଧ୍ୟରେ ପ୍ରାୟ ୨୦ ମିଲିମିଟର ବର୍ଷା ହୋଇଛି। ବର୍ଷା ପାଇଁ ସହରବାସୀଙ୍କୁ ପୁଲିସ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାରୁ ଲୋକଙ୍କୁ ମଧ୍ୟ ସତର୍କ କରାଇ ଦିଆଯାଇଛି। ମୁମ୍ବାଇରେ ଅବତରଣ କରିବାକୁ ଥିବା ୩ଟି ବିମାନକୁ ଅନ୍ୟ ବିମାନ ବନ୍ଦରକୁ ପଠାଇ ଦିଆଯାଇଛି। ସେହିଭଳି ୮ଟି ବିମାନ ଛାଡ଼ିବା ଏବଂ ୩ଟି ବିମାନର ଅବତରଣକୁ ବାତିଲ କରି ଦିଆଯାଇଛି। ରେଳଧାରଣାରେ ମାଟି ଏବଂ ‌ପଥର ଖସି ପଡ଼ିବାରୁ ରାଜ୍ୟର କେତେକ ମାର୍ଗରେ ରେଳଯାତ୍ରା ପ୍ରଭାବିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe