ମୁମ୍ବାଇରେ ବର୍ଷା ବିତ୍ପାତ, ୩ ମୃତ, ୫ ଆହତ

ମୁମ୍ବାଇରେ ବର୍ଷା ବିତ୍ପାତ, ୩ ମୃତ, ୫ ଆହତ

Zee News

ନୂଆଦିଲ୍ଲୀ : ମୁମ୍ବାଇରେ ଏଥର ମୌସୁମୀ ବିଳମ୍ବରେ ପହଞ୍ଚିଛି। ଗତ ଗୋଟିଏ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ମୁମ୍ବାଇ ବାସିନ୍ଦାମାନେ ଦୀର୍ଘ ସମୟ ଧରି ମୌସୁମୀକୁ ଅପେକ୍ଷା କରିଥିଲେ। ତେବେ ୧୦ ଦିନ ବିଳମ୍ବରେ ମୁମ୍ବାଇରେ ପହଞ୍ଚିଥିବା ମୌସୁମୀ ଏବେ ଲୋକଙ୍କ ମନରେ ଭୟ ଖେଳାଇ ଦେଇଛି। ଆଜି ସକାଳୁ ମୁମ୍ବାଇରେ ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ହେତୁ ବିଦ୍ୟୁତ୍‌ ସକ୍‌ ଏବଂ କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ମହାରାଷ୍ଟ୍ରର ନାସିକ୍‌ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପିମ୍‌ପଲାସ୍‌ ଗ୍ରାମରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ବିରାର୍‌, ଜୁହୁ, ମୁଲୁନ୍ଦ୍‌, ‌ଅନ୍ଧେରି, ବାନ୍ଦ୍ରା, ଘଟକୋପୁର ଏବଂ ଦକ୍ଷିଣ ମୁମ୍ବାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ଜାମ୍‌ ଦେଖାଦେଇଛି ଏବଂ ଏଥିସହ ଟ୍ରେନ୍‌ ମଧ୍ୟ ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି। ଘଟକୋପର ଅଞ୍ଚଳରେ ସର୍ବାଧିକ ୨୮୦.୮୦ ମିମି ବର୍ଷାଜଳ ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe