ସାମୁଦ୍ରିକ ବାତ୍ୟା ‘ୟାସ୍‌’ କ୍ରମଶଃ ନିକଟତର ହେଉଥିବାରୁ ଓଡ଼ିଶାରେ ଲାଗି ରହିଛି ପ୍ରବଳ ବର୍ଷା-ବତାସ

Advertisment
ସାମୁଦ୍ରିକ ବାତ୍ୟା ‘ୟାସ୍‌’ କ୍ରମଶଃ ନିକଟତର ହେଉଥିବାରୁ ଓଡ଼ିଶାରେ ଲାଗି ରହିଛି ପ୍ରବଳ ବର୍ଷା-ବତାସ

Sea at Digha: Image Courtesy of India Today

ନୂଆଦିଲ୍ଲୀ: ଅତି ଉଗ୍ର ସାମୁଦ୍ରିକ ବାତ୍ୟା ପାଲଟିଥିବା ‘ୟାସ୍‌’ କ୍ରମଶଃ ଓଡ଼ିଶା ଉପକୂଳ ନିକଟତର ହେଉଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଓ ବତାସ ପ୍ରବାହ ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସୁଦ୍ଧା ‘ୟାସ୍‌’ ଭଦ୍ରକ ଅନ୍ତର୍ଗତ ଧାମରା ଅଞ୍ଚଳରେ ସ୍ଥଳଭାଗରେ ପ୍ରବେଶ କରିବ। ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ‘ରେଡ୍‌ଆଲର୍ଟ’ ଜାରି କରିଛି।

ତେଣୁ, ବାତ୍ୟାର ପ୍ରକୋପରେ ସମ୍ପ୍ରତି ଧାମରା ଅଞ୍ଚଳରେ ତୀବ୍ର ବେଗରେ ବତାସ ବହିବା ସହ ପ୍ରବଳ ବର୍ଷା ଗାଳୁଛି। ପାରଦୀପରେ ମଧ୍ୟ ପ୍ରଖର ବେଗରେ ପବନ ବହିବା ସହ ପ୍ରବଳ ବୃଷ୍ଟିପାତ ହେଉଥିବା ଖବର ମିଳିଛି। ବାଲେଶ୍ବରର ଚାନ୍ଦିପୁରରେ ମଧ୍ୟ ବର୍ଷାବତାସ ଲାଗି ରହିଛି।

publive-image Image Courtesy of ANI

ଏହା ବ୍ୟତିରେକେ, ସାମୁଦ୍ରିକ ବାତ୍ୟା ‘ୟାସ୍‌’ଦ୍ବାରା ପ୍ରଭାବିତ ଜନତାଙ୍କ ନିମନ୍ତେ ଭାରତୀୟ ନୌସେନା ରିଲିଫ୍‌ ସାମଗ୍ରୀ ଯୋଗାଇ ଦେଇଥିବା ସୂଚନା ମିଳିଛି। ବିଶାଖାପାଟଣାସ୍ଥିତ ‘ଇଷ୍ଟର୍ଣ୍ଣ ନେଭାଲ୍‌ କମାଣ୍ଡ୍‌’ଙ୍କ ମୁଖ୍ୟାଳୟ ସହାୟତା ଏବଂ ଓଡ଼ିଶା ସରକାରଙ୍କ ଏଜେନ୍‌ସିମାନଙ୍କ ସହିତ ମିଳିମିଶି ନୌସେନା ଏହି ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ଖୋର୍ଦ୍ଧାରେ ‘ଆଇଏନ୍‌ଏସ୍‌ ଚିଲିକା’ ଆବଶ୍ୟକ ପ୍ରସ୍ତୁତି କରିଛି।

ଆସନ୍ନ ବାତ୍ୟା ପ୍ରବାହ କାରଣରୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବିମାନ ସେବା ବ୍ୟାହତ ହୋଇଛି। ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ମଙ୍ଗଳବାର ରାତି ୧୧ଟାରୁ ଗୁରୁବାର ଭୋର୍‌ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସେହିଭଳି କୋଲକାତାସ୍ଥିତ ‘ଏନ୍‌ଏସ୍‌ସିବିଆଇ’ ବିମାନ ବନ୍ଦରରେ ମଧ୍ୟ ଆଜି ସକାଳ ୮.୩୦ରୁ ସନ୍ଧ୍ୟା ୭.୪୫ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ। ଦକ୍ଷିଣପୂର୍ବ ରେଳବାଇ ମଧ୍ୟ କେତେଗୁଡ଼ିଏ ଟ୍ରେନ୍‌ ବାତିଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe