ରାଜସ୍ଥାନ, ଦିଲ୍ଲୀରେ ପ୍ରବଳ ବର୍ଷା; ୪ ମୃତ

Advertisment
ରାଜସ୍ଥାନ, ଦିଲ୍ଲୀରେ ପ୍ରବଳ ବର୍ଷା; ୪ ମୃତ

News18

ନୂଆଦିଲ୍ଲୀ : ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ହେଉଛି। ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଚିତ୍ତୋରଗଡ଼ରେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ସାୱାଇ ମାଧପୁରରେ ୨ ଜଣ ଲୋକଙ୍କର ପାଣିରେ ବୁଡ଼ି ଯାଇ ମୃତ୍ୟୁ ହୋଇଛି। ରେଳବାଇ ଅଣ୍ଡରପାସ୍‌ରେ ପାଣିରେ ବୁଡ଼ି ଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡ୍ୟାମ‌୍‌ରେ ଗ‌ାଧୋଉଥିବା ବେଳେ ବୁଡ଼ିଯାଇ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଦିଲ୍ଲୀରେ ଆଜି ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ରାସ୍ତାଘାଟ ସବୁ ଜଳମଗ୍ନ ହୋଇଯାଇଛି। ଟ୍ରାଫିକ ଜାମ୍ ସମସ୍ୟା ସୃଷ୍ଟି ‌ହୋଇଛି ଏବଂ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଦିଲ୍ଲୀରେ ଗୋଟିଏ ଦିନର ବର୍ଷାରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟା ପାଇଁ ଆଜି ଅନେକ ‌ସଂଖ୍ୟାରେ ଲୋକ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆପ୍‌ ସରକାରକୁ ଟାର୍ଗେଟ୍‌ କରିଛନ୍ତି। ପୂର୍ତ୍ତ ବିଭାଗ ନିକଟରେ ଆଜି ସକାଳୁ ୧୫ରୁ ଅଧିକ ଅଭିଯୋଗ ହୋଇଥିବା ଜଣେ ପିଡବ୍ଲ୍ୟୁଡି ଅଧିକାରୀ କହିଛନ୍ତି। ଦିଲ୍ଲୀ ବାସିନ୍ଦା ଆଜି ଟ୍ବିଟରରେ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe